ମୁମ୍ବାଇ, ଏପ୍ରିଲ ୦୨ (ଖବର ଓଡ଼ିଶା):
୨୦୧୧ ଏପ୍ରିଲ ୨ ତାରିଖ ଥିଲା ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିର ଦିନ । ଏହି ଦିନରେ ଶ୍ରୀଲଙ୍କାକୁ ହରାଇ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱବିଜୟୀ ହୋଇଥିଲା ଟିମ ଇଣ୍ଡିଆ । ପ୍ରଥମ ଥର ପାଇଁ ଭାରତ ୧୯୮୩ ରେ କପିଳ ଦେବଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜକୁ ହରାଇ ଚାମ୍ପିଅନ ହୋଇଥିଲା ଭାରତ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ ଫାଇନାଲରେ ପ୍ରଥମେ ଶ୍ରୀଲଙ୍କା ବ୍ୟାଟିଙ୍ଗ କରି ନିର୍ଧାରିତ ୫୦ ଓଭରରେ ୨୭୪ ରନ କରିଥିଲା । ୨୭୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ସଚ୍ଚିନ ଏବଂ ସେଭାଗଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା । ଦଳ ପକ୍ଷରୁ ଗୌତମ ଗମ୍ଭୀର ଏବଂ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମ୍ୟାଚ ବିଜୟୀ ଇଂନିସ ଖେଳିବା ସହ ଭାରତକୁ ବିଶ୍ୱକପ ଜିତାଇଥିଲେ । ଭାରତ ଇଂନିସର ୪୮ ତମ ଓଭରରେ ଶ୍ରୀଲଙ୍କାର ନୁୱାନ କୁଳଶେଖରାଙ୍କ ବଲକୁ ଛକା ମାରି ମ୍ୟାଚ ଫିନିସ କରିଥିଲେ ମାହି । ଏହି ମ୍ୟାଚରେ ୯୧ ରନର ଇଂନିସ ଖେଳିଥିବା ଧୋନୀଙ୍କୁ ମ୍ୟାନ ଅପ ଦି ମ୍ୟାଚ ଏବଂ ପୂରା ଟୁର୍ଣ୍ଣାମେଣ୍ଟରେ ଅଲରାଉଣ୍ଡ ଭାବେ ଚତ୍ମକାର ପ୍ରର୍ଦଶନ କରିଥିବା ଯୁବରାଜ ସିଂ ଙ୍କୁ ମ୍ୟାନ ଅଫ ଦି ସିରିଜ ଘୋଷଣା କରାଯାଇଥିଲା ।