ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଏ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ପ୍ୟାରିସ ପାରା ଅଲିମ୍ପିକ୍ସରେ ୨୦ ପଦକ ଜିତି ସାରିଛନ୍ତି । ଏଥିରେ ୩ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୦ କାଂସ୍ୟ ପଦକ ସାମିଲ । ଭାରତ ପଦକ ତାଲିକାରେ ୧୯ତମ ସ୍ଥାନରେ ରହିଛି । ଏହା ପୂର୍ବରୁ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ୧୯ ପଦକ ଜିତିଥିଲା । ଆଉ ଭାରତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ନିଜର ରେକର୍ଡ ଭାଙ୍ଗିବା ସହ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ।
ଭାରତ ଟୋକିଓ ପାରା ଅଲିମ୍ପିକ୍ସରେ ରେକର୍ଡ ୧୯ ପଦକ ଜିତିଥିଲା । ଏହା ପାରା ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଟୋକିଓରେ ଭାରତ ୫ ସ୍ୱର୍ଣ୍ଣ ପଦକ ବ୍ୟତୀତ ୮ ରୌପ୍ୟ ଏବଂ ୬ କାଂସ୍ୟ ପଦକ ଜିତିଥିଲା । ଆଉ ଏହି ରେକର୍ଡକୁ ଭାରତୀୟ ପାରା ଆଥଲେଟ୍ ଭାଙ୍ଗି ପ୍ୟାରିସ ପାରା ଅଲିମ୍ପିକ୍ସରେ ୨୦ ପଦକ ନିଜ ନାମରେ କରି ସାରିଲେଣି ।
ଏ ପର୍ଯ୍ୟନ୍ତ ଚଳିତ ପାରା ଅଲିମ୍ପିକ୍ସରେ ଭାରତ ପାଇଁ ସୁମିତ, ନିତେଶ କୁମାର ଓ ଅବନୀ ଲେଖରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ସୁହାସ ଏଲବାଇ, ଟି ମୁରୁଗେସନ, ଯୋଗେଶ କଥୁନିଆ ଓ ମନୀଷ ନରୱାଲ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି । ଏହା ବାଦ ମନୀଷ ରାମଦାସ, ନିଥ୍ୟା ଶ୍ରୀ ସୁମାନ୍ଥେ ସିବନ, ମୋନ ଅଗ୍ରୱାଲ, ପ୍ରୀତି ପାଲ, ରୁବିନା ଫ୍ରାନସିସ୍ ଓ ନିଶାଷ କୁମାର କାଂସ୍ୟ ପଦକ ଜିତିଛନ୍ତି ।