ନୂଆଦିଲ୍ଲୀ: ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ମାତ୍ର ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବ । ଏହି ମୁକାବିଲା ପାଇଁ ନ୍ୟୁୁଜିଲାଣ୍ଡ ଦଳ ଭାରତ ପହଞ୍ଚି ଯାଇଛି । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମର ଭାରତ ପହଞ୍ଚିବାର ଭିଡିଓ ନିଜର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି । ନ୍ୟୁୁଜିଲାଣ୍ଡ ଦଳକୁ ନୋଏଡାର ହୋଟେଲରେ ଭବ୍ୟ ସ୍ୱାଗତ କରାଯାଇଛି । ଉଲ୍ଲେଖନୀୟ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଗ୍ରେଟର ନୋଏଡା ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଗ୍ରାଉଣ୍ଡରେ ଖେଳାଯିବ ।
ପିଠିରେ ଆହତ ସମସ୍ୟା ଯୋଗୁଁ ରଶିଦ ଖାନ ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଟେଷ୍ଟ ମ୍ୟାଚରୁ ବଞ୍ଚିତ ହେବେ । ତାଙ୍କ ଅନୁପସ୍ଥିତିରେ ହସମତୁଲ୍ଲା ସାହିଦି ଆଫଗାନିସ୍ତାନ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଆଫଗାନିସ୍ତାନ ଦଳ ଅଗଷ୍ଟ ୨୮ରୁ ଭାରତରେ ନିଜର ଅଭ୍ୟାସ୍ ଚଳାଇଛି ।
ଆଫଗାନିସ୍ତାନ ଏ ପର୍ଯ୍ୟନ୍ତ ୯ଟି ଟେଷ୍ଟ ମ୍ୟାଚ୍ ଖେଳି ୩ଟି ବିଜୟ ହାସଲ କରିଛି । ଦଳ ଆୟରଲାଣ୍ଡ, ବାାଂଲଦେଶ ଓ ଜିମ୍ବାୱେ ପରି ଦଳକୁ ହରାଇଛି । ଭାରତକୁ ନିଜର ଘରୋଇ ଗ୍ରାଉଣ୍ଡ କରିଥିବା ଆଫଗାନିସ୍ତାନ ଏବେ ନ୍ୟୁୁଜିଲାଣ୍ଡ ବିପକ୍ଷରେ ଏହି ଟେଷ୍ଟ ମ୍ୟାଚ୍ ଖେଳିବ । ଏହା ପରେ ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ସିରିଜ୍ ଖେଳିବ ।
ନ୍ୟୁଜିଲାଣ୍ଡ ଦଳ
ଟିମ୍ ସାଉଦି(ଅଧିନାୟକ), ଟମ ବ୍ଲଣ୍ଡେଲ(ୱିକେଟ୍ କିପର), ମାଇକେଲ୍ ବ୍ରେସୱେଲ, ଡେଭନ କନୱେ, ମ୍ୟାଟ୍ ହେନେରୀ, ଟମ୍ ଲାଥମ, ଡେରିଲ ମିଚେଲ, ୱିଲ ଓ ରୁକ, ଏଜାଜ ପଟେଲ, ଗ୍ଲେନ ଫିଲିପ୍ସ, ରଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ବେନ ସିୟର୍ସ, କେନ ୱିଲିୟମସନ, ୱିଲ ୟଙ୍ଗ ।