ନୂଆଦିଲ୍ଲୀ: ହକି ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ମୋଟ୍ ୨୦ ଜଣ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି । ହକି ବିଶ୍ୱକପ୍ ୨୦୨୬ ଅଗଷ୍ଟ ୧୫ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ବେଲଜିୟମ ଓ ନେଦରଲାଣ୍ଡରେ ଖେଳାଯିବ । ମୁଖ୍ୟ ପ୍ରଶିକ୍ଷକ କ୍ରେଗ ଫୁଲଟନ ଆଶା ପ୍ରକାଶ କରିଛନ୍ତି ଯେ, ଚୟନ ହୋଇଥିବା ଦଳ ନିକଟରେ ଇତିହାସ ରଚିବାର ଭଲ ସୁଯୋଗରହୀଛି ।
ଏସିଆର ଟପ୍ ଡିଫେଣ୍ଡର ତଥା ଡ୍ରାଗ ଫ୍ଲିକର ହରମନପ୍ରୀତ ସିଂଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି । ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚ୍ ଖେଳିଥିବା ଅନୁଭବୀ ମନପ୍ରୀତ ସିଂଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି । କୋଚ୍ ଫୁଲଟନ କହିଛନ୍ତି ଯେ, ଏହା ଏକ ବହୁତ ସନ୍ତୁଳିତ ଦଳ । ଅନୁଭବୀ ଏବଂ ଫର୍ମରେ ଥିବା ଯୁବ ଖେଳାଳିଙ୍କ ଭଲ ମିଶ୍ରଣରେ ଏହି ଟିମ୍ ଚୟନ କରାଯାଇଛି । ଖେଳାଳି ନିଜର ସ୍ଥାନ ପ୍ରଦର୍ଶନ ବଳରେ ପାଇଛନ୍ତି ।
ଗୋଲକିପିଂ ଭାବେ ମୋହିତ ଏଚଏସ ଏବଂ ସୁରଜ କରକେରାଙ୍କ ଚୟନ କରାଯାଇଛି । ଡିଫେଣ୍ଡର ବିଭାଗରେ ଜରମନପ୍ରୀତ ସିଂ, ଅଧିନାୟକ ହରମନପ୍ରୀ. ଅମିତ ରୋହିତଦାସ, ଜୁଗରାଜ ସିଂ, ସଞ୍ଜୟ, ସୁମିତ ଓ ୟଶଦୀପ ସିବାଚ ରହିଛନ୍ତି । ମିଡଫିଲଡର ଭାବେ ମନପ୍ରୀତ, ହାର୍ଦ୍ଦିକ ସିଂ ଏବଂ ବିବେକ ସାଗର ପ୍ରସାଦ ରହିଛନ୍ତି । ଫ୍ରଣ୍ଟ ଖେଳାଳି ଭାବେ ନୀଳକଣ୍ଠ ଶର୍ମା, ଯୁବ ତାରକା ରାଜିନ୍ଦର ସିଂ ଓ ଆଦିତ୍ୟ ଅର୍ଜୁନ ଲାଲାଗେ ଲିଡ୍ କରିବେ । ଆଟାକ୍ ଦାୟିତ୍ୱ ମନ୍ଦୀପ ସିଂ, ଦିଲପ୍ରୀତ ସିଂ, ଅଭିଷେକ, ସୁଖଜିତ ସିଂ ଓ ଶିଲାନନ୍ଦ ଲାକଡାଙ୍କ କାନ୍ଧ ଉପରେ ରହିବ ।
ଭାରତ ଗ୍ରୁପ ଡିରେ ରହିଥିବା ବେଳେ ଏହି ଗ୍ରୁପରେ ଇଂଲଣ୍ଡ, ପାକିସ୍ତାନ ଓ ୱେଲ୍ସ ରହିଛି । ଭାରତ ନିଜର ସମସ୍ତ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ନେଦରଲାଣ୍ଡସରେ ଖେଳିବ । ଭାରତ ଅଗଷ୍ଟ ୧୫ରେ ୱେଲ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ ।
ଭାରତୀୟ ଦଳ
ଗୋଲକିପର- ମୋହିତ ଏଚଏସ, ସୁରଜ କରକେରା
ଡିଫେଣ୍ଡର- ଜରମନପ୍ରୀତ ସିଂ, ହରମନପ୍ରୀତ ସିଂ(ଅଧିନାୟକ), ଅମିତ ରୋହିଦାସ, ଜୁଗରାଜ ସିଂ, ସଞ୍ଜୟ, ସୁମିତ, ଯଶଦୀପ ସିବାଚ ।
ମିଡଫିଲଡର- ରାଜିନ୍ଦର ସିଂ, ଆଦିତ୍ୟ ଅର୍ଜୁନ ଲାଲାଗେ, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ନୀଳକଣ୍ଠ ଶର୍ମା, ବିବେକ ସାଗର ପ୍ରସାଦ ।
ଫରୱାର୍ଡ- ଦିଲପ୍ରୀତ ସିଂ, ଶିଳାନନ୍ଦ ଲାକଡା, ସୁଖଜିତ ସିଂ, ମନ୍ଦୀପ ସିଂ, ଅଭିିଷେକ ।