ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ :୭ ୱିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରି ବିଶ୍ଵବିଜେତା ହେଲା ମହିଳା ଦଳ
Khabar Odisha:India-Become-World-Champions-After-Defeating-England-by-7-Wickets
ଖବର ଓଡିଶା : 30/01/2023:

ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଦଳ | ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପ । କମାଲ କଲେ ମହିଳା ଟିମ୍ । ଏହି ବିଶ୍ୱକପର ଗତକାଲି ରବିବାର ଫାଇନାଲ୍‌ ମ୍ୟାଚରେ ଶେଫାଳି ବର୍ମାଙ୍କ ଭାରତ ୭ ୱିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରି ଟ୍ରଫି ହାସଲ କରିଛି । ୪ ଓଭରରେ ମାତ୍ର ୬ ରନ୍‌ ଦେଇ ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍‌ ଦଖଲ କରିଥିବା ତିତାସ ସାଧୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା ବେଳେ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଇଂଲଣ୍ଡର ଗ୍ରେସ୍‌ ସ୍ରାଇଭେନ୍ସ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଫାଇନାଲ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଇଂଲଣ୍ଡକୁ ଆମନ୍ତ୍ରଣ କରିଥିଲା । ବୋଲରମାନେ ମଧ୍ୟ ଦମ୍‌ଦାର ବୋଲିଂ କରି ଅଧିନାୟିକାଙ୍କ ନିଷ୍ପତ୍ତିକୁ ଯଥା‌ର୍ଥ ସାବ୍ୟସ୍ତ କରିଥିଲେ। ବିଶେଷକରି ତିତାସ ସାଧୁ ,ପାର୍ଶ୍ଵବି ଚୋପ୍ରା, ଅର୍ଚ୍ଚନା ଦେବୀ ମାରାତ୍ମକ ବୋଲିଂ କରି ଯଥାକ୍ରମେ ୬ ୱିକେଟ୍‌  ନେଇଥିଲା ବେଳେ ସୋନମ ୟାଦବ , ମନ୍ନତ କାଶ୍ୟପ ଓ ଶେଫାଳି ବର୍ମା ଅବଶିଷ୍ଟ ୩ ୱିକେଟ୍‌ ଦଖଲ କରିନେଇଥିଲେ । ଏକମାତ୍ର ଜୋସି ଗ୍ରୋଭ୍‌ସ ୪ ରନ୍‌ ଆଉଟ୍‌ ହୋଇଥିଲା ବେଳେ ପୂରା ଇଂଲଣ୍ଡ ଦଳ ୧୭.୧ ଓଭରରେ ୬୮ ରନ୍‌ କରିପାରିଥିଲା । ରୢାନା ମ୍ୟାକ୍‌ ଡୋନାଲ୍‌ଡଗେ ଦଳ ପକ୍ଷରୁ ସର୍ବାଧିକ ୧୯ ରନ୍‌ କରିଥିଲା ବେଳେ ଆଲେକ୍ସା ‌ଷ୍ଟୋନ୍‌ହାଉସ୍‌ ୧୧, ସୋଫିଆ ସ୍ମେଲ୍‌ ୧୧ ଓ ନିଆମ୍‌ ହୋଲାଣ୍ଡ୍‌ ୧୦ ଦୁଇ ଅଙ୍କ ଛୁଇଁଥିଲେ।

Subscribe

National International State Sports Entertainment