ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ଅର୍ଥାତ ଆଇପିଏଲକୁ ଆଜି ଠିକ୍ ୧୮ ବର୍ଷ ପୂରିଛି । ୨୦୦୮ ଏପ୍ରିଲ ୧୮ ତାରିଖରେ ଆଇପିଏଲର ପ୍ରଥମ ମ୍ୟାଚ୍ ଖେଳା ଯାଇଥିଲା । ଏହି ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳା ଯାଇଥିଲା । ଏହି ସମୟରେ ଅନେକ ରେକର୍ଡ ସ୍ଥାପନ ହୋଇଛି । ତେବେ ଏ ପର୍ଯ୍ୟନ୍ତ ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ଆଜି ବି ଆଇପିଏଲ୍ ଖେଳୁଛନ୍ତି ।
ବିରାଟ କୋହଲି
ଆଇପିଏଲ ଇତିହାସରେ ଏମିତି ଚାରି ଖେଳାଳି ଅଛନ୍ତି, ଯେଉଁମାନେ ପ୍ରତି ସିଜିନ୍ ଖେଳିଛନ୍ତି । ଏଥିରୁ ବିରାଟ କୋହଲି ସବୁଠୁ ଉପରେ ଅଛନ୍ତି । କୋହଲି ଆଇପିଏଲରେ ଏକ ମାତ୍ର ଖେଳାଳି ଯିଏ ଏ ପର୍ଯ୍ୟନ୍ତ ଗୋଟିଏ ଫ୍ରାଞ୍ଚାଇଜ ପକ୍ଷର ଖେଳି ଆସୁଛନ୍ତି । ୨୦୦୮ରେ କୋହଲି ଆରସିବିର ସଦସ୍ୟ ଥିଲେ ଏବଂ ୨୦୨୫ ସିଜିନରେ ବି ସେ ଆରସିବି ପକ୍ଷରୁ ଖେଳୁଛନ୍ତି ।
ହିଟମ୍ୟାନ
ରୋହିତ ଶର୍ମା ଆଇପିଏଲର ପ୍ରତିଟି ସିଜିନ ଖେଳିଥିବା ହେଉଛନ୍ତି ଦ୍ୱିତୀୟ ଖେଳାଳି । ହିଟମ୍ୟାନ ଦୁଇଟି ଦଳ ପକ୍ଷରୁ ଆଇପିଏଲର ୧୮ ସିଜିନ ଖେଳିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚ ଥର ଚାମ୍ପିଅନ କରାଇଥିବା ଏହି ଖେଳାଳି ମୁମ୍ବାଇ ପୂର୍ବରୁ ଡେକାନ ଚାର୍ଜର୍ସ ହାଇଦ୍ରାବାଦ ପକ୍ଷରୁ କିଛି ସିଜିନ ଖେଳିଥିଲେ ।
ଏମ ଏସ ଧୋନୀ
ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ଏମଏସ ଧୋନୀ । ଚେନ୍ନାଇ ସୁପର କିଙ୍ଗସ ବ୍ୟତୀତ ଧୋନୀ ରାଇଜିଂ ପୁଣେ ସୁପର ଜାଏଣ୍ଟଓ ପକ୍ଷରୁ ଦୁଇଟି ସିଜିନ ଖେଳିଛନ୍ତି । କାରଣ ସେହି ସମୟରେ ଚେନ୍ନାଇ ଉପରେ ଦୁଇ ବର୍ଷ ବାସନ୍ଦ ଲାଗିଥିଲା । ଧୋନୀ ବି ପାଞ୍ଚ ଆଇପିଏଲ୍ ଟ୍ରଫି ଜିତିଛନ୍ତି ।
ମନୀଷ ପାଣ୍ଡେ
ମନୀଷ ପାଣ୍ଡେଙ୍କ ନାଁ ବିରାଟ, ରୋହିତ ଓ ଧୋନୀଙ୍କ ତାଲିକାରେ ସାମିଲ । ମନୀଷ ଏ ପର୍ଯ୍ୟନ୍ତ ସାତ ଦଳ ପାଇଁ ଆଇପିଏଲର ପ୍ରତିଟି ସିଜିନରେ ଅତି କମରେ ଗୋଟିଏ ମ୍ୟାଚ୍ ଖେଳିଛନ୍ତି । ସେ ଆରସିବି, ପୁଣେ ୱାରିୟର୍ସ ଇଣ୍ଡିଆ, ଏମଆଇ, ଏସଆରଏଚ, ଦିଲ୍ଲୀ କ୍ୟାପିଟାଲ୍ସ, ଏଲଏସଜି ଓ କେକେଆର ପକ୍ଷରୁ ଖେଳିଛନ୍ତି ।