ଆଇପିଏଲ ୨୦୨୩ : ଏଥର କିଏ ହାତେଇବ ଅରେଞ୍ଜ କ୍ୟାପ ?
Khabar Odisha:IPL-2023-Who-will-win-the-orange-cap-this-time
ଖବର ଓଡିଶା : 01/05/2023:

ଚାଲିଛି ଟାଟା ଆଇପିଏଲ ୨୦୨୩ର ମହାସମର । ଦିନକୁ ଦିନ ଜୋରଦାର ହେଉଛି ଲଢେଇ ଆଉ ଏହି ମହା ଲଢେଇ ଭିତରେ ଅରେଞ୍ଜ କ୍ୟାପକୁ ନେଇ ମଧ୍ୟ ଜୋରଦାର ସଂଘର୍ଷ କରୁଛନ୍ତି ସବୁ ଦଳର ଖେଳାଳୀ । ତେବେ ଏଥର କିଏ ଅରେଞ୍ଜ କ୍ୟାପ ହାତେଇବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରତିଦିନ କେହି ନା କେହି  ଅରେଞ୍ଜ କ୍ୟାପର ହକଦାର ହେଉଛନ୍ତି । ତେବେ ଶେଷରେ କିଏ ବାଜି ମାରିବ ଓ କାହା ମୁଣ୍ଡରେ ପିନ୍ଧାଯିବ ଅରେଞ୍ଜ କ୍ୟାପ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଏଥର ଅରେଞ୍ଜ କ୍ୟାପ ଦୌଡରେ ଉପରେ ରହିଛନ୍ତି ରାଜସ୍ଥାନରୟାଲର  ଯଶସ୍ୱୀ ଜୟସ୍ୱାଲ(୪୨୮), ଏହାପରେ ବାଙ୍ଗାଲୋରର ଫାପ ଡୁପ୍ଲେସିସ(୪୨୨), ଚେନ୍ନାଇର ଡିଭନ କନୱେ(୪୧୪), ଋତୁରାଜ ଗାଏକ୍ୱାର୍ଡ(୩୫୪), ବାଙ୍ଗାଲୋରର ବିରାଟ କୋହଲି(୩୩୩) ଓ ଗୁଜରାଟର ଶୁଭମନ ଗିଲ(୩୩୩) । ତେବେ ବର୍ତ୍ତମାନ ଏହି ଖେଳାଳିଙ୍କ ମଧ୍ୟରେ ଅରେଞ୍ଜ କ୍ୟାପକୁ ନେଇ ଜୋରଦାର ଲଢେଇ ଚାଲିଛି । ଚଳିତ ଆଇପିଏଲରେ କେଉଁ ଖେଳାଳି ସର୍ବାଧିକ ରନ କରି ଏହି କ୍ୟାପ ହାତେଇବ ତାହା ଆଗକୁ ଜଣାପଡିବ । ତେବେ ଆରମ୍ଭରୁ କେଉଁ ଖେଳାଳି କିଏ କେବେ ଜିତିଛି ଅରେଞ୍ଜ କ୍ୟାପ ତାହାର ସମ୍ପୂର୍ଣ୍ଣ ତାଲିକା ରହିଛି କ୍ରମରେ

୧-ସନ ମାର୍ଶ (୨୦୦୮) ପଞ୍ଜାବ

୨-ମାଥ୍ୟୁ ହେଡେନ (୨୦୦୯) ଚେନ୍ନାଇ

୩-ସଚିନ ତେନ୍ଦୁଲକର (୨୦୧୦) ମୁମ୍ବାଇ

୪-କ୍ରିସ ଗେଲ (୨୦୧୧) ବାଙ୍ଗାଲୋର

୫-କ୍ରିସ ଗେଲ (୨୦୧୨) ବାଙ୍ଗାଲୋର

୬- ମାଇକେଲ ହସି (୨୦୧୩) ଚେନ୍ନାଇ

୭- ରବନି ଉଥପ୍ପା (୨୦୧୪) କୋଲକାତା

୮-ଡେଭିଡ ୱାର୍ଣ୍ଣର (୨୦୧୫) ହାଇଦ୍ରାବାଦ

୯-ବିରାଟ କୋହଲି (୨୦୧୬) ବାଙ୍ଗାଲୋର

୧୦- ଡେଭିଡ ୱାର୍ଣ୍ଣର (୨୦୧୭) ହାଇଦ୍ରାବାଦ

୧୧-କେନ ୱିଲିୟମସନ (୨୦୧୮) ହାଇଦ୍ରାବାଦ

୧୨-ଡେଭିଡ ୱାର୍ଣ୍ଣର (୨୦୧୯) ହାଇଦ୍ରାବାଦ

୧୩-କେଏଲ ରାହୁଲ (୨୦୨୦) ପଞ୍ଜାବ

୧୪- ଋତୁରାଜ ଗାଏକ୍ୱାର୍ଡ (୨୦୨୧) ଚେନ୍ନାଇ

୧୫-ଜୋସ ବଟଲର (୨୦୨୨) ରାଜସ୍ଥାନ

Subscribe

National International State Sports Entertainment