ଆଇପିଏଲ ୨୦୨୧ ; ଚଳିତ ବର୍ଷ ଆଇପିଏଲରୁ ଓହରିଲେ ଜୋଶ ହାଜେଲଉଡ
Khabar Odisha:IPL-2021-Josh-Hazlewood-dropped-out-of-the-IPL-this-year
ଚେନ୍ନାଇ, ଏପ୍ରିଲ 1 (ଖବର ଓଡିଶା) :

ଚଳିତ ବର୍ଷ ଆଇପିଏଲରୁ ଓହରିଯାଇଛନ୍ତି ଅଷ୍ଟ୍ରେଲିଆ ତଥା ଚେନ୍ନାଇ ସୁପର କିଙ୍ଗସ ବୋଲର ଜୋସ ହାଜେଲଉଡ । ମହାମାରୀ କରୋନା ସମୟରେ କ୍ରିକେଟ ଖେଳିବା ପାଇଁ ବାରମ୍ବାର ବାୟୋ ସିକ୍ୟୁଅର ବବଲ ମଧ୍ୟରେ ରହିବାକୁ ପଡୁଛି । ଆଗକୁ ଅଷ୍ଟ୍ରେଲିଆ ଦଳର ଅନେକ ସିରିଜ ରହିଥିବାରୁ ସେ କିଛି ସମୟ ପରିବାର ସହ କଟାଇବା ନିମନ୍ତେ ଏହି ମେଗା ଇଭେଣ୍ଟରୁ ଓହରିଯାଇଛନ୍ତି । ଏହା ସହ ଆଗାମୀ ସିରିଜ ନିମନ୍ତେ ମଧ୍ୟ ଫିଟ ରହିବା ସହ ପ୍ରସ୍ତୁତି କରିବାକୁ ସେ ଓହରିଯାଇଥିବା କଥା କହିଛନ୍ତି । ଚଳିତ ବର୍ଷ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିବା ନିମନ୍ତେ ଏପ୍ରିଲ ୧ ତାରିଖରୁ ସେ ମୁମ୍ବାଇ ଯାତ୍ରା କରିଥାନ୍ତେ । ପୂର୍ବରୁ ଜୋଶ ଫିଲିଫେ ଏବଂ ମିଚେଲ ମାର୍ସ ଆହତ ହୋଇ ଆଇପିଏଲ ୨୦୨୧ ରୁ ବାଦ ପଡିସାରିଛନ୍ତି ।

  • Tags:

Subscribe

National International State Sports Entertainment