ଆଇପିଏଲ ୨୦୨୦; ପଞ୍ଚମ ମ୍ୟାଚରେ କୋଲକାତାକୁ ୪୯ ରନରେ ହରାଇଲା ମୁମ୍ବାଇ, ଆଜି ପଂଜାବ- ବାଙ୍ଗାଲୋର ଟକ୍କର
Khabar Odisha:IPL-2020-Mumbai-beat-Kolkata-by-49-runs-in-the-fifth-match-Punjab-Bangalore-clash-today
ଦୁବାଇ, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା):

ଆଇପିଏଲ ୨୦୨୦ । ପଞ୍ଚମ ମ୍ୟାଚରେ କୋଲକାତା ନାଇଟ ରାଇଡ଼ର୍ସକୁ ୪୯ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ. ପ୍ରଥମେ ବ୍ୟାଟିଙ୍ଗ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୯୫ ରନ ସ୍କୋର କରିଥିଲା । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୮୦ ରନର ଇନିଂସ ଖେଳିଥିଲେ । ୧୯୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୯ ୱିକେଟ ହରାଇ ୧୪୬ ରନ କରିପାରିଥିଲା । ଏହି ବିଜୟ ସହ ୟୁଏଇରେ ପ୍ରଥମ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ୮୦ ରନର ଇଂନିସ ପାଇଁ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆଜି ଆଇପିଏଲର ଷଷ୍ଠ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବକୁ ଭେଟିବ ରୟାଲ ଚାଲେଞ୍ଜର ବାଙ୍ଗାଲୋର. ଏହି ମ୍ୟାଚ ଦୁବାଇ ଇଣ୍ଟେରନେସନାଲ ଷ୍ଟାଡିଅମରେ ଖେଳାଯିବ । ପୂର୍ବରୁ ଉଭୟଙ୍କ ମଧ୍ୟରେ ୨୪ ଟି ମ୍ୟାଚ ଖେଳାଯାଇଥିବାବେଳେ ଉଭୟ ଦଳ ୧୨ ଟି ଲେଖାଁଏ ଜିତିଛନ୍ତି ।

  • Tags:

Subscribe

National International State Sports Entertainment