ଭାରତର ବୋଲାଣ୍ଡ ପାର୍କରେ ଆଜି ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଆରମ୍ଭ ହେଉଛି। ତିନି ମ୍ୟାଚ୍ ବିଶିଷ୍ଟ ଦିିନିକିଆ ସିରିଜରେ ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ସିରିଜରେ ଭାରତ ଲୋକେଶ ରାହୁଲଙ୍କ ଅଧିନାୟକତ୍ୱରେ ଭାରତ ଖେଳୁଛି । ରୋହିତଙ୍କ ଅନୁପସ୍ଥିତିରେ ଧାୱନ ଏବଂ ଅଧିନାୟକ ରାହୁଲ ଭାରତ ପାଇଁ ଓପନିଂ କରିବେ।
ଏଥି ସହିତ ରାହୁଲ ସୂଚନା ଦେଇଛନ୍ତି ଯେ ଶ୍ରେୟାସ ଆୟର ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବେ। ଭେଙ୍କଟେଶ ଆୟର୍ ତାଙ୍କର ଡେବ୍ୟୁ ମ୍ୟାଚ୍ ଖେଳୁଛନ୍ତି । ଏଥିସହିତ ଉଭୟ ଅଶ୍ୱିନ ଏବଂ ଚହଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି।
ଭାରତ: କେ.ଏଲ୍ ରାହୁଲ, ଶିଖର ଧାୱନ, ବିରାଟ କୋହଲି, ଶ୍ରେୟସ୍ ଆୟର୍, ଋିଷଭ ପନ୍ତ, ଭେଙ୍କଟେଶ ଆୟର୍, ଶାର୍ଦ୍ଦୁଲ ଠାକୁର, ରବିଚନ୍ଦ୍ରନ୍ ଅଶ୍ୱିନ୍, ଭୂବନେଶ୍ୱର କୁମାର, ଜସପ୍ରୀତ ବୁମ୍ରା, ୟୁଜବେନ୍ଦ୍ର ଚହଲ।
ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ୍ ଡି କକ୍, ଜାନେମାନ ମଲାନ, ଆଡେନ ମାର୍କ୍ରାମ, ରୁସି ଭାନ ଡେର୍ ଡୁସେନ୍, ଟେମ୍ବା ବାଭୁମା, ଡେଭିଡ ମିଲର, ଆଣ୍ଡିଲ ଫେହୁଲୁକାୟୋ, ମାର୍କୋ ଜେନସେନ୍, କେଶବ ମହାରାଜ, ତବରିଜ ଶାମସି, ଲୁଙ୍ଗି ନିଗିଡି ।