ଆଜି ଭାରତ-ବାଂଲାଦେଶ ଦ୍ଵିତୀୟ ଦିନିକିଆ । ପ୍ରଥମ ମ୍ୟାଚ ହାରିବା ପରେ ଚାପରେ ଟିମ ଇଣ୍ଡିଆ । ଆଜିର ମ୍ୟାଚ ଜିତି ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛି ଦଳ । ପ୍ରଥମ ଦିନିକିଆରେ 1 ୱିକେଟ ରେ ହାରିବା ପରେ ଭାରତୀୟ ଦଳ ବର୍ତ୍ତମାନ ଚାପରେ ରହିଛି। ସେପଟେ ପ୍ରଥମ ମ୍ୟାଚରେ ରୋମାଞ୍ଚକର ବିଜୟ ପରେ ଘରୋଇ ବାଂଲାଦେଶର ନଜର ଏବେ ସିରିଜ ଉପରେ ରହିଛି । ଭାରତ ପାଇଁ ଏହି ମ୍ୟାଚ `କର ବା ମର' ପରିସ୍ଥିତି ସୃଷ୍ଟି କରିଥିବା ବେଳେ ରୋହିତ ବାହିନୀକୁ ପୁଣି ଟ୍ରାକକୁ ଫେରିବାକୁ ହେଲେ ଉନ୍ନତ ପ୍ରଦର୍ଶନ ଦେଖାଇବାକୁ ପଡିବ ଓ ମ୍ୟାଚ୍ ଜିତି ସିରିଜ୍କୁ ଫେରିବାକୁ ପଡିବ |୩ ଟିକିଆ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗରେ ରହିଛି ବାଂଲାଦେଶ । ପ୍ରଥମ ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି ବିଫଳ ହୋଇଥିଲେ ତେଣୁ ସିରିଜ୍ ଫେରିବାକୁ ହେଲେ ଆଜିର ମ୍ୟାଚରେ ଓପିନଂ ଯୋଡ଼ିକୁ ଦମଦାର୍ ପ୍ରଦର୍ଶନ କରିବାକୁ ପଡିବ |