ଖବର ଓଡିଶା : 19/02/2023:
ଦିଲ୍ଲୀ ଟେଷ୍ଟରେ ଭାରତର ଦମଦାର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟ ରେ ହରାଇଲା ଭାରତ । ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ଏକତରଫା ବିଜୟ । ଉଭୟ ବ୍ୟାଟିଂ ଓ ବୋଲିଂ ରେ ଭାରତୀୟ ଦଳର କମାଲ | ୪ ମ୍ୟାଚ ବିଶିଷ୍ଟ ସିରିଜ ରେ ଭାରତ ୨-୦ ରେ ଆଗୁଆ | ରବିନ୍ଦ୍ର ଜାଡେଜା ଦମଦାର ବୋଲିଂ ରେ ନେଲେ ୧୦ ୱିକେଟ । ବର୍ଡର ଗାଭାସ୍କର ଟ୍ରଫି୨୦୨୩ର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାଜୟର ସାମ୍ନା କରିବାକୁ ପଡିଛି । ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟରେ ବି ଭାରତୀୟ ସ୍ପିନରଙ୍କ ଯାଦୁ ଦେଖିବାକୁ ମିଳିଛି । ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ କମାଲ କରିଛନ୍ତି ଭାରତୀୟ ସ୍ପିନର ରବିନ୍ଦ୍ର ଜାଡେଜା । ଅଷ୍ଟ୍ରେଲିଆର ଦ୍ୱିତୀୟ ଇଂନିସରେ ଜାଡେଜା ଗୋଟିଏ ପରେ ଗୋଟିଏ ୱିକେଟ ନେଇ କଙ୍ଗାରୁ ଟିମକୁ ଧରାଶାୟୀ କରିଛନ୍ତି । ଫଳରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଇଂନିସରେ ୩୧ ଓଭର ୧ ବଲ ଖେଳି ୧୧୩ ରନରେ ଅଲଆଉଟ ହୋଇଯାଇଛି । ଏହି ଟେଷ୍ଟରେ ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ କରି କଙ୍ଗାରୁ ଦଳ ୨୬୩ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଉସମାନ ଖୱାଜା ୮୧, ହାଣ୍ଟ୍ସକମ୍ବ ୭୨, କୁମିନ୍ସ ୩୩ କରିଥିଲେ । ଫଳରେ ଦଳ ୭୮ ଓଭର ୪ ବଲ ଖେଳି ୨୬୩ ରନ କରିବାରେ ସକ୍ଷମ ହୋଇଥିଲା । ସେହିପରି ଭାରତ ତାର ପ୍ରଥମ ଇଂନିସରେ ମଧ୍ୟ ଭଲ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ଅକ୍ଷର ପଟେଲ ୭୪, କୋହଲି ୪୪, ଅଶ୍ୱିନୀ ୩୭ ଓ ରୋହିତ ୩୨ ରନ କରିଥିଲେ । ଫଳରେ ଦଳ ୨୬୨ ରନ କରି ଅଲଆଉଟ ହୋଇଯାଇଥିଲା । ଦିଲ୍ଲୀରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଟିମ୍ ୬ ୱିକେଟରେ ବିଜୟଲାଭ କରିଛି ।