ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩କୁ ଦୁଇ ସପ୍ତାହ ବାକି ରହିଲା । କ୍ରିକେଟ୍ ର ସବୁଠାରୁ ବଡ ପର୍ବ ୫ ଅକ୍ଟୋବରରୁ ଆରମ୍ଭ ହେବ । ସମସ୍ତେ ଜାଣିଛନ୍ତି ଯେ ଦିନିକିଆ ବିଶ୍ୱକପ୍ ୧୨ ବର୍ଷ ପରେ ଭାରତକୁ ଫେରୁଛି | ଏହି ମେଗା ଆଇସିସି ଇଭେଣ୍ଟ ଅକ୍ଟୋବର ୫ ରୁ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ସହିତ ଆରମ୍ଭ ହେବ | ବର୍ତ୍ତମାନ ବିଶ୍ୱକପ ପାଇଁ ପ୍ରସ୍ତୁତି ମଧ୍ୟ ଶିଖରରେ ରହିଛି। ଏହି ସମୟରେ ଆଇସିସି 'ଦିଲ୍ ଜଶନ୍ ବୋଲେ' ନାମକ ବିଶ୍ୱକପ୍ ଆନ୍ଥେମ ଗୀତ ପ୍ରକାଶ କରିଛି ।
ଏହି ସଂଗୀତରେ ବଲିଉଡ ତାରକା ଅଭିନେତା ରଣଭୀର ସିଂ ଅଛନ୍ତି। ଏଥିସହ ଟିମ୍ ଇଣ୍ଡିଆର ମ୍ୟାଜିକାଲ୍ ଲେଗ୍ ସ୍ପିନରଙ୍କ ପତ୍ନୀ ଧନଶ୍ରୀ ଭର୍ମାଙ୍କୁ ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିବ । ସେ ରଣଭୀର ସିଂଙ୍କ ସହ ନାଚୁଥିବା ନଜର ଆସିଛନ୍ତି। ତେବେ ଭାରତର ୧୫ ସଦସ୍ୟ ବିଶିଷ୍ଟ ବିଶ୍ୱକପ ଦଳରେ ଚହଲଙ୍କୁ ଚୟନ କରାଯାଇ ନାହିଁ। ଆଇସିସି ନିଜେ ବିଶ୍ୱକପ୍ର ଏହି ନୂତନ ସଂଗୀତକୁ ସବୁଠାରୁ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ସେୟାର କରିଛି। ସଂଗୀତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଅଧିକ ପଢନ୍ତୁ,ଆହତ ସମସ୍ୟାରେ ଗତି କରୁଥିବା ଅକ୍ସର ପଟେଲ ବିଶ୍ୱକପ୍ ଦଳରୁ ବାଦ ପଡିପାରନ୍ତି