ଆହତ ସମସ୍ୟାରେ ଗତି କରୁଥିବା ଅକ୍ସର ପଟେଲ ବିଶ୍ୱକପ୍ ଦଳରୁ ବାଦ ପଡିପାରନ୍ତି । ଏସିଆ କପ୍ ସୁପର ଫୋରରେ ଆହତରେ ଥିବା ଅକ୍ସର ପଟେଲଙ୍କୁ ଫାଇନାଲରୁ ବାଦ ହେବାକୁ ପଡିଥିଲା । ତାଙ୍କ ବଦଳରେ ୱାସିଂଟନ ସୁନ୍ଦରଙ୍କୁ ଟିମରେ ସ୍ଥାନ ମିଳିଥିଲା । ଆଉ ଆହତ ଯୋଗୁ ତାଙ୍କ ସ୍ଥାନକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଆଗକୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ରେ ଅକ୍ସରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଭାରତରେ ବିଶ୍ୱକପର ଆୟୋଜନ ହେଉଥିବାରୁ ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏହା ସହିତ ଅକ୍ସର ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ମଧ୍ୟ । ତେଣୁ ତାଙ୍କ ଅନୁପସ୍ଥିତି ଭାରତୀୟ ଦଳରେ ଚିନ୍ତାର ବିଷୟ ହୋଇପାରେ । ୨୨ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଦିନିକିଆ ସିରିଜ ଖେଳିବାକୁ ଭାରତ ଆସୁଛି ଆଉ ଏଥିପାଇଁ ଦଳ ଘୋଷଣା ହୋଇସାରିଛି । ପ୍ରଥମ ଦୁଇଟି ମ୍ୟାଚରୁ ଦଳରେ ଅକ୍ସରଙ୍କୁ ସ୍ଥାନ ମିଳିନି , ତାଙ୍କ ବଦଲରେ ସୁନ୍ଦର ଓ ଅଶ୍ୱିନଙ୍କୁ ସ୍ଥାନ ମିଳିଛି । ୩ୟ ଦିନିକିଆରେ ଅକ୍ସର ଖେଳିପାରନ୍ତି । ଆଉ ଏହି ମ୍ୟାଚ ହିଁ ସ୍ପଷ୍ଟ କରିବ ଅକ୍ସର ବିଶ୍ୱକପ୍ ଖେଳିବା ପାଇଁ ଫିଟ୍ ଅଛନ୍ତି ନା ନାହିଁ । ୨୮ ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତକୁ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିବାକୁ ପଡିବ ଏବଂ ଯଦି କୌଣସି ପରିବର୍ତ୍ତନ କରିବାର ଅଛି ତେବେ ୨୮ ସେପ୍ଟେମ୍ବର ପୂର୍ବରୁ କରିବାକୁ ହେବ । ଏବେ ଦେଖିବା ବାକି ରହିବ ଅକ୍ସର ପଟେଲ ବିଶ୍ୱକପ୍ ଦଳରେ ସ୍ଥାନ ପାଉଛନ୍ତି ନା ନାହିଁ ।
ଅଧିକ ପଢନ୍ତୁ, ଶିରାଜ ଶ୍ରୀଲଙ୍କାର ଗ୍ରାଉଣ୍ଡମ୍ୟାନଙ୍କୁ ଦେଲେ ୪ ଲକ୍ଷ ୧୫ ହଜାର ୫୭୩ ଟଙ୍କା