ବିଶାଳ ହୃଦୟର ପ୍ରମାଣ ଦେଲେ ଭାରତୀୟ ବୋଲର ଶିରାଜ । ଚଳିତ ଏସିଆ କପରେ ଭାରତ ବିଜେତା ହେବା ପରେ ବୋଲିଙ୍ଗରେ ଚମତ୍କାର ପ୍ରଦର୍ଶନ କରିଥିବା ମହମ୍ମଦ ଶିରାଜଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା । ଆଉ ଏହି ସମୟରେ ମିଳିଥିଲା ଧନ ରାଶିକୁ ଶିରାଜ ଶ୍ରୀଲଙ୍କାର ଗ୍ରାଉଣ୍ଡମ୍ୟାନଙ୍କୁ ଦେବା ପାଇଁ ଘୋଷଣା କରିଥିଲେ ଯାହା ପରେ ସମସ୍ତେ ତାଙ୍କୁ ବେଶ ପ୍ରଶଂସା କରିଥିଲେ । ଶିରାଜ ନିଜର ବିଶାଳ ହୃଦୟର ପ୍ରମାଣ ଦେଇ କହିଥିଲେ ସେମାନେ ବହୁତ ପରିଶ୍ରମ କରୁଛନ୍ତି , ଆଉ ତାଙ୍କ ପରିଶ୍ରମ ପ୍ରଶଂସାର ଯୋଗ୍ୟ । ମ୍ୟାନ ଅଫ ଦ ମ୍ୟାଚରେ ମିଳିଥିଲା ୫୦୦୦ ଡଲାର ଯାହାର ଭାରତୀୟ ମୁଦ୍ରାରେ ୪ ଲକ୍ଷ ୧୫ ହଜାର ୫୭୩ ଟଙ୍କା, ଆଉ ଏତେ ବଡ ଧାନ ରାଶିକୁ ଖୋଲା ମନର ସହ ଦାନ କରିଦେଇଛନ୍ତି ଶିରାଜ । ମ୍ୟାଚରେ ଏଭଳି ପ୍ରଦର୍ଶନ ଏବଂ ମ୍ୟାଚ ପରେ ବିଶାଳ ହୃଦୟର ପ୍ରମାଣ ଦେଇ ସମସ୍ତଙ୍କ ମନ ଜିତିଛନ୍ତି ଶିରାଜ ।
ଚଳିତ ଏସିଆ କପରେ ଭାରତ ଶ୍ରୀଲଙ୍କାକୁ ଘରୋଇ ପଡିଆରେ ହରାଇ ୮ମ ଥର ପାଇଁ ବିଜେତା ହୋଇଛି । ବିଜୟର ମୁଖ୍ୟ ନାୟକ ହେଉଛନ୍ତି ମହମ୍ମଦ ଶିରାଜ, ଗୋଟିଏ ଓଭରରେ ୪ଟି ୱିକେଟ୍ ନେଇ ଶ୍ରୀଲଙ୍କାକୁ ଧରାଶାୟୀ କରିଦେଇଥିଲେ । ଏହା ପରେ ଶ୍ରୀଲଙ୍କାର ଅଧିନାୟକ ଦଶୁନ ଶନକାଙ୍କୁ କ୍ଲିନ ବୋଲ୍ଡ କରି ପାକିସ୍ତାନକୁ ଚିନ୍ତାରେ ପକାଇଦେଇଥିଲେ । ସମୁଦାୟ ୬ ଟି ୱିକେଟ୍ ନେଇ ମ୍ୟାନ ଅଫ ଦ ମ୍ୟାଚ ମଧ୍ୟ ହୋଇଥିଲେ । ଏହି ଅବସରରେ ମିଳିଥିବା ଟଙ୍କାକୁ ଶ୍ରୀଲଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେଇ ବିଶାଳ ହୃଦୟର ପ୍ରମାଣ ଦେଇଛନ୍ତି । ୧୯୮୪, ୧୯୮୮, ୧୯୯୧, ୧୯୯୫, ୨୦୧୦, ୨୦୧୬, ୨୦୧୮ ପରେ ୨୦୨୩ ଏସିଆ କପ ଜିତି ୮ମ ଥର ବିଜେତା ହୋଇଛି ଭାରତ । ୧୯୮୪ ମସିହାରେ ମଧ୍ୟ ଶ୍ରୀଲଙ୍କାକୁ ହରାଇ ପ୍ରଥମ ଥର ଏସିଆ କପ ଜିତିଥିଲା । ଆଉ ୨୦୨୩ ମସିହାରେ ଶ୍ରୀଲଙ୍କାକୁ ହରାଇ ପୁଣି ଟ୍ରଫିକୁ ହାତେଇଛି ଭାରତ ।