ନୂଆଦିଲ୍ଲୀ: ଆଇସିସି (ICC) ପକ୍ଷରୁ ବୁଧବାର ଜାରି ହୋଇଥିବା ସଦ୍ୟତମ ପୁରୁଷ ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୫ଟି ସ୍ଥାନ ଉପରକୁ ଉଠି ୭ମ ସ୍ଥାନରେ ପହଞ୍ଚିଛନ୍ତି।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜର ପ୍ରଥମ ତିନୋଟି ମ୍ୟାଚରେ ସୂର୍ଯ୍ୟକୁମାର ଦମଦାର ପ୍ରଦର୍ଶନ ବଳରେ ସେ ପୁଣିଥରେ ଶୀର୍ଷ ୧୦ ଜଣିଆ ତାଲିକାରେ ନିଜ ସ୍ଥାନ ପକ୍କା କରିଛନ୍ତି। ସୂଚନାଯୋଗ୍ୟ ଯେ, ସେ ପୂର୍ବରୁ ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟର ଭାବେ ବହୁ ସମୟ ଧରି ରହିଥିଲେ।
ଭାରତୀୟ ଓପନର ଅଭିଷେକ ଶର୍ମା ବିଶ୍ୱ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତିଲକ ବର୍ମା ଆହତ କାରଣରୁ ସିରିଜରୁ ବାହାରେ ଥିଲେ ମଧ୍ୟ ସେ ୩ୟ ସ୍ଥାନରେ ରହିଛନ୍ତି। ଈଶାନ କିଷାନ ରାୟପୁର ଟି-୨୦ରେ ୭୬ ରନର ଧୂଆଁଧାର ପାଳି ଖେଳି ଈଶାନ ରାଙ୍କିଙ୍ଗକୁ ପ୍ରତ୍ୟାବର୍ତ୍ତନ କରି ୬୪ତମ ସ୍ଥାନ ହାସଲ କରିଛନ୍ତି। ଶିବମ ଦୁବେ ଓ ରିଙ୍କୁ ସିଂ ୯ଟି ସ୍ଥାନ ଉପରକୁ ଉଠି ୫୮ତମ ଏବଂ ରିଙ୍କୁ ସିଂ ୧୩ଟି ସ୍ଥାନର ଲମ୍ବା ଡିଆଁ ମାରି ୬୮ତମ ସ୍ଥାନରେ ପହଞ୍ଚିଛନ୍ତି।
ସେହିପରି, ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରାଙ୍କିଙ୍ଗରେ ମଧ୍ୟ ଉନ୍ନତି ହୋଇଛି। ସେ ଅଲରାଉଣ୍ଡର ତାଲିକାର ୩ୟ ସ୍ଥାନକୁ ଉଠିଥିବା ବେଳେ ବୋଲିଂ ରାଙ୍କିଙ୍ଗରେ ୧୮ଟି ସ୍ଥାନ ଉପରକୁ ଉଠି ୫୯ତମ ସ୍ଥାନରେ ପହଞ୍ଚିଛନ୍ତି। ବୋଲିଂରେ ଜସପ୍ରୀତ ବୁମରା ୧୩ତମ ଏବଂ ରବି ବିଷ୍ଣୋଇ୧୯ତମ ସ୍ଥାନକୁ ଉଠିଛନ୍ତି।