ଆଇସିସି ଏକଦିବସୀୟ ର‌୍ୟାଙ୍କିଗ ; ବ୍ୟାଟସମାନ ଭାବେ ବିରାଟ ଶୀର୍ଷରେ
Khabar Odisha:ICC-ODI-ranking--Virat-remains-top-in-the-table
ନୂଆଦିଲ୍ଲୀ, ଜୁଲାଇ ୨୯ (ଖବର ଓଡ଼ିଶା):

ବର୍ତ୍ତମାନ ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ଏକଦିବସୀୟ ର‌୍ୟାଙ୍କିଗରେ ବ୍ୟାଟସମାନ ଭାବେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ସେ ୮୭୧ ରେଟିଙ୍ଗ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ୮୫୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ଓପନର ରୋହିତ ଶର୍ମା । ପାକିସ୍ତାନ ବ୍ୟାଟସମାନ ବାବର ଆଜମ ୮୨୯ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ସେହିପରି ଏକଦିବସୀୟ ବୋଲର ର‌୍ୟାଙ୍କିଗରେ ନ୍ୟୁଜଲାଣ୍ଡର ପେସର ଟ୍ରେଣ୍ଟ ବୋଲଟ ୭୨୨ ରେଟିଙ୍ଗ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ଭାରତୀୟ ସ୍ପିଡ ଷ୍ଟାର ଜଶପ୍ରୀତ ବୁମ୍ରା ୭୧୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତୃତୀୟରେ ସ୍ଥାନରେ ରହିଛନ୍ତି ଆଫଗାନିସ୍ତାନ ସ୍ପିନର ମୁଜିବୁର ରେହମାନ ।

ଦିନିକିଆ ଅଲରାଉଣ୍ଡର ସୂଚୀରେ ଆଫଗାନିସ୍ତାନର ମହମ୍ମଦ ନବୀ ଶୀର୍ଷରେ ରହିଥିବା ବେଳେ ଇଂଲଣ୍ଡ ଅଲରାଉଣ୍ଡର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତୀୟ ଅଲରାଣ୍ଡର ରବୀନ୍ଦ୍ର ଜାଡେଜା ଏହି ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି ।

ଅନ୍ୟପକ୍ଷରେ ଦଳ କଥା କହିଲେ ଇଂଲଣ୍ଡ ୧୨୭ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ୧୧୯ ପଏଣ୍ଟ ସହ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।

  • Tags:

Subscribe

National International State Sports Entertainment