ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ୍)-୨୦୨୪ରେ ଗୁଜୁରାଟ ଟାଇଟନ୍ସ ନୂଆ ଅଧିନାୟକ ସହିତ ମଇଦାନକୁ ଓହ୍ଲାଇ ଥିଲା। ଦଳ ହାର୍ଦିକ ପାଣ୍ଡ୍ୟାଙ୍କ ପରିବର୍ତ୍ତେ ଷ୍ଟାର ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କୁ ଅଧିନାୟକ ଦାୟିତ୍ବ ଦେଇଥିଲା। ମାତ୍ର ଦଳ ଗିଲଙ୍କ ନେତୃତ୍ୱରେ ମଇଦାନରେ ଆଶାତୀତ ଖେଳ ପ୍ରଦର୍ଶନ କରିପାରିନଥିଲା। ଗୁଜୁରାଟ ଟାଇଟନ୍ସ ଗତ ଆଇପିଏଲ୍ରେ ୧୨ ପଏଣ୍ଟ ସହିତ ପଏଣ୍ଟ ଟେବଲରେ ଅଷ୍ଟମ ସ୍ଥାନ ଅଧିକାର କରି ନିଜର ଯାତ୍ରା ଶେଷ କରିଥିଲା। ସମୁଦାୟ ୧୪ଟି ମ୍ୟାଚ୍ରୁ ଦଳ ୫ଟିରେ ବିଜୟ ହାସଲ କରିଥିବା ବେଳେ ଅନ୍ୟ ୭ଟି ମୁକାବିଲାରେ ପରାଜୟର ସାମ୍ନା କରିଥିଲା। ତନ୍ମଧ୍ୟରୁ ୨ଟି ମ୍ୟାଚର ଫଳାଫଳ ଅଘୋଷିତ ଥିଲା। ତାଙ୍କ ଅଧିନାୟକତ୍ୱରେ ଦଳ ନକଆଉଟ ପର୍ଯ୍ୟାୟ ମଧ୍ୟ ଉତୀର୍ଣ୍ଣ କରିପାରିନଥିଲା।
ଆଇପିଏଲ୍ ଆଗାମୀ ସଂସ୍କରଣରେ ଗୁଜୁରାଟ ଟାଇଟନ୍ସ ପୁଣି ଜଣେ ନୂଆ ଖେଳାଳିଙ୍କୁ ଅଧିନାୟକ ପଦ ଦେଇପାରେ। ଯଦି ମିଡିଆ ରିପୋର୍ଟ ସତ ହୁଏ, ତେବେ ଏହି ସମ୍ଭାବିତ ଦୌଡ଼ରେ ଏହି ସବୁ ପ୍ରମୁଖ ଖେଳାଳିଙ୍କୁ ସୁଯୋଗ ମିଳିପାରେ।
୧) ରୋହିତ ଶର୍ମା:
ଯଦି ଚଳିତ ବର୍ଷ ଆଇ.ପି.ଏଲ ସଂସ୍କରଣରେ ଗୁଜୁରାଟ ଟାଇଟନ୍ସ ନୂତନ ଅଧିନାୟକ ସହିତ ମୈଦାନରେ ଓଲ୍ହାଏ ତେବେ ପ୍ରଥମ ପସନ୍ଦ ରହିବେ ରୋହିତ ଶର୍ମା। ମିଡ଼ିଆ ରିପୋର୍ଟ ଅନୁଯାୟୀ ରୋହିତ ଶର୍ମା ମେଗା ଅକ୍ସନ ପୂର୍ବରୁ ମୁମ୍ବାଇ ଇଣ୍ଡିଅନ୍ସ ଦଳର ଅଧିନାୟକ ପଦରୁ ବିରତି ନେବା ଆଶଙ୍କା କରାଯାଉଛି। ଯଦି ଏହା ହୁଏ ତେବେ ଗୁଜୁରାଟ ଟାଇଟନ୍ସ ରୋହିତ ଶର୍ମାଙ୍କ ଉପରେ ବିଡିଂ କରିପାରେ।
୨) ନିକୋଲାସ ପୁରନ
ଲକ୍ଷ୍ନୌ ସୁପର ଜିଆଣ୍ଟସର ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜର ଖେଳାଳି ନିକୋଲାସ ପୁରନ ମଧ୍ୟ ଶୁଭମନ ଗିଲଙ୍କ ବଦଳରେ ଏକ ଅନ୍ୟତମ ବିକଳ୍ପ ଅଟନ୍ତି। ଅବଶ୍ୟ ପୁରନଙ୍କ ପାଖରେ ଅଧିନାୟକତ୍ୱର ସେପରି ଅନୁଭବ ନାହିଁ। ମାତ୍ର ଦଳ ବିଜୟ ପାଇଁ ତାଙ୍କ ଉପରେ ଭରସା କରିପାରେ। ପୂର୍ବରୁ ଲକ୍ଷ୍ନୌ ପାଇଁ ସେ ଏକ ମ୍ୟାଚରେ ଅଧିନାୟକତ୍ୱ କରିଥିଲେଏବଂ ସେହି ମ୍ୟାଚରେ ଲକ୍ଷ୍ନୌ ବିଜୟ ହାସଲ କରିଥିଲା।
୩) ଡେଭିଡ ୱାର୍ଣ୍ଣର
ଯଦି ଫ୍ରାଞ୍ଚାଇଜି ଶୁଭମନ ଗିଲଙ୍କ ବିକଳ୍ପ ଖୋଜେ ତେବେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଡେଭିଡ ୱାର୍ଣ୍ଣର ପ୍ରମୁଖ ବିକଳ୍ପ ହୋଇପାରିବେ। ୱାର୍ଣ୍ଣରଙ୍କ ଆଇ.ପି.ଏଲରେ ଖୁବ ଭଲ ଅଭିଜ୍ଞତା ରହିଛି। ତାଙ୍କ ଅଧିନାୟକତ୍ୱରେ ସନରାଇଜର୍ସ ହାଇଦ୍ରାବାଦକୁ ଆଇ.ପି.ଏଲ ଚମ୍ପିଅନ ହୋଇଥିଲା। ତେବେ ଫ୍ରାଞ୍ଚାଇଜି ଏହି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଵିଚାରରେ ନେଇପାରେ।