ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ୨୩ତମ ମ୍ୟାଚରେ ମୁହାଁମୁହିଁ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍ ଆଜି ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ପଏଣ୍ଟ ଟେବୁଲରେ ଗୁଜରାଟ ଦ୍ୱିତୀୟ ଓ ରାଜସ୍ଥାନ ରୟାଲ୍ସ ସପ୍ତମରେ ରହିଛି ।
ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଗୁଜରାଟ ୪ଟି ମ୍ୟାଚରୁ ୩ ଟି ଜିତିଛି । ଅନ୍ୟପଟେ ରାଜସ୍ଥାନ ୪ଟିରୁ ୨ଟି ଜିତିଥିବାବ ବେଳେ ୨ଟି ପରାଜିତ ହୋଇଛି । ଆଜି ଗୁଜରାଟ ନିଜର ହୋମ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳୁଥିବାରୁ ଦଳର ପଲ୍ଲା ଭାରି ରହିବ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଦୁଇଟି ଖେଳି ଗୋଟିଏ ବିଜୟ ଏବଂ ଗୋଟିଏ ପରାଜୟ ଭୋଗିଛି ।
ଏହି ଷ୍ଟାଡିୟମରେ ଏ ପର୍ଯ୍ୟନ୍ତ ୩୭ଟି ଆଇପିଏଲ୍ ମ୍ୟାଚ୍ ଖେଳା ଯାଇଛି । ଏଥିରୁ ୧୭ ଥର ପ୍ରଥମେ ବ୍ୟାଟିଂ କରିଥିବା ଦଳ ମ୍ୟାଚ୍ ଜିତିଥିବା ବେଳେ ୨୦ ଥର ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିଥିବା ଦଳ ଜିତିଛି । ଟସ୍ ଜିତିଥିବା ଦଳ ୧୭ ଥର ଏବଂ ଟସ୍ ହାରିଥିବା ଦଳ ୨୦ଟି ମ୍ୟାଚ୍ ଜିତିଛି । ଏଠାରେ ସର୍ବୋଚ୍ଚ ସ୍କୋର ୨୪୩ ରନ ରହିଛି । ଷ୍ଟାଡିୟମରେ ବ୍ୟକ୍ତିଗତ ସ୍କୋର ଶୁଭମନ ଗିଲଙ୍କ ନାମର ରହିଛି । ଗିଲ୍ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୨୩ ରନ କରିଥିଲେ ।
ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ବାଉନ୍ସ ଦେଖିବାକୁ ମିଳିବ । ତଥାପି ପିଚ୍ ବ୍ୟାଟରଙ୍କୁ ବେଶ ସୁହାଇଥାଏ । ଆଜିର ମ୍ୟାଚରେ ଟସ୍ ଜିତିବା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି । କାରଣ ଏଠାରେ ବିଜୟ ଲକ୍ଷ୍ୟ ପିଛା କରି ମ୍ୟାଚ୍ ଜିତିବା ବହୁତ ମୁସ୍କିଲ ।