ଆଜି ଆଇସିସି ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଲଗାତର ୯ଟି ମ୍ୟାଚ୍ ଜିତି ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଧାରା ବଜାୟ ରଖି ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ତେବେ ଏହାକୁ ନେଇ ପୁରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ସେଥିପାଇଁ କ୍ରିକେଟ ଫ୍ୟାନ୍ସମାନେ ନିଜ ନିଜ ଅନ୍ଦାଜରେ ଭାରତୀୟ ଟିମ୍କୁ ଅନେକ ଶୁଭେଚ୍ଛା ସହ ଗୁଡ୍ ଲକର ବାର୍ତ୍ତା ଦେଇଛନ୍ତି । ବିଶ୍ବକପ ସେମି ଫାଇନାଲ ମ୍ୟାଚ ନେଇ ଟିମ୍ ଇଣ୍ଡିଆକୁ ଶୁଭକାମନା ଜଣାଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବେଳାଭୂମିରେ ଏକ କ୍ରିକେଟ ଫିଲ୍ଡ ସହ 15 ଫୁଟର ବ୍ୟାଟ କରି ସେମିଫାଇନାଲ ପାଇଁ ଟିମ୍ ଭାରତ ଲେଖି ଶୁଭକାମନା ଜଣାଇଛନ୍ତି । ତାହାକୁ ପ୍ରଶଂସକ ମାନଙ୍କ ଦ୍ୱାରା ବେଶ ପସନ୍ଦ କରାଯାଉଛି ।