ଭାରତରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ପ୍ରଥମ ହାଇଟେକ ଷ୍ଟାଡିୟମ
Khabar Odisha:First-high-tech-stadium-set-to-be-made-in-India
ଚଣ୍ଡୀଗଡ, ଜୁନ ୨୮ (ଖବର ଓଡିଶା);


ଭାରତରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ପ୍ରଥମ ହାଇଟେକ ଷ୍ଟାଡିୟମ. ଏହି ଷ୍ଟାଡିୟମ ପଞ୍ଜାବର ଚଣ୍ଡୀଗଡ଼ ଠାରେ ନିର୍ମାଣ ହେବାକୁ ଯାଉଛି. ଏହି ଷ୍ଟାଡିୟମ ଏପରି ଭାବେ ନିର୍ମାଣ ହୋଇଛି ବର୍ଷା ହେଲେ ବି ଏଠାରେ ମ୍ୟାଚ ଖେଳାଯାଇପାରିବ. ପଞ୍ଜାବ କ୍ରିକେଟ ଆସୋସିଏସନର କର୍ମକର୍ତ୍ତମାନେ ବହୁତ ଜଲଦି ଏହି ଷ୍ଟାଡିୟମ ସମ୍ପର୍କରେ ଆଲୋଚନା କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ବୋଲି ସୂଚନା ମିଳିଛି. 


ଭବିଷ୍ୟତକୁ ଆଖି ଆଗରେ ରଖି ଏହି ହାଇଟେକ ଷ୍ଟାଡିୟମ ନିର୍ମାଣ କରାଯାଉଛି. ଏଥିରେ ଉପରେ ସୋଲାର ସିଷ୍ଟମ ରହିବ ଏବଂ ବିଦ୍ୟୁତ ସୋଲାର ସେଲ ଦ୍ୱାରା ନିର୍ମାଣ ହେବ. ଉପରେ ରେନ ହାରଭେଷ୍ଟିଙ୍ଗ ସିଷ୍ଟମ ରହିଛି ଏବଂ ଏହା ଦ୍ୱାରା ବର୍ଷା ଜଳକୁ ବ୍ୟବହାର ଉପଯୋଗୀ କରାଯାଇପାରିବ. ଡ୍ରେନେଜ ସିଷ୍ଟମକୁ ବହୁ ଉର୍ନ୍ନତ ମାନର କରାଯାଇଛି. ବର୍ଷା ଛାଡିବା ମାତ୍ର ଅଧଘଣ୍ଟା ମଧ୍ୟରେ ମ୍ୟାଚ ଆରମ୍ଭ ହୋଇପାରିବ. 


ପଞ୍ଜାବ କ୍ରିକେଟ ଆସୋସିଏସନର ସୂଚନା ଅନୁସାରେ ଏହି ଷ୍ଟାଡିୟମର ପାଖାପାଖି 90 ପ୍ରତିଶ୍ରତ କାର୍ଯ୍ୟ ନିର୍ମାଣ ହୋଇସାରିଛି. ବାକି କାର୍ଯ୍ୟ ଲକ ଡାଉନ ପରେ ଆରମ୍ଭ ହୋଇ 2021 ମାର୍ଚ୍ଚ ସୁଦ୍ଧା ଶେଷ କରାଯିବ. 


ଏହି ଷ୍ଟାଡିୟମରେ ଅତ୍ୟାଧୁନିକ ସିଟର ବ୍ୟବସ୍ଥା କରାଯାଇଛି ଏହା ସହ ଏକା ସାଥିରେ 36 ହଜାର ଲୋକ ଏକା ସାଙ୍ଗେ ବସି ମ୍ୟାଚ ଦେଖିପାରିବେ. ଏହା ସହ ବହୁ ଉର୍ନତ ଧରଣର ଟେକ୍ନୋଲୋଜିରେ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମରେ ଭବିଷ୍ୟତରେ ଆଇ. ପି. ଏଲ ଏବଂ ନ୍ତର୍ଜାତୀୟ ମ୍ୟାଚ ଖେଳାଯିବାର ଯୋଜନା ରହିଛି.

  • Tags:

Subscribe

National International State Sports Entertainment