ପଞ୍ଜାବ ୟୁନିଭରସିଟିରେ ଅନୁଷ୍ଠିତ ହୋଇଥିବା ଅଲ ଇଣ୍ଡିଆ ଇଣ୍ଟର ୟୁନିଭରସିଟି ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ପ୍ରତିଯୋଗୀତାରେ କମାଲ କଲେ ରୀତିକା ଦାସ। ବାଲାସିଂଗ ବିମରେ ୧୦.୨୦୦ ପଏଣ୍ଟ ରଖି ରୋପ୍ୟ ପଦକ ଏବଂ ୧୯୬. ୬୦୦ ପଏଣ୍ଟରେ ଦଳଗତ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ରୀତିକା। ତାଙ୍କର ଏହି ସଫଳତା ପାଇଁ ଓଡ଼ିଶା ଜିମ୍ନାଷ୍ଟିକ ଆସୋସିଏସନର ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ ଏବଂ ତାଙ୍କ କର୍ମକର୍ତ୍ତାମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହାସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଠାକୁରଙ୍କ ପାଖରେ ପୂଜାର୍ଚନା ମଧ୍ୟ କରିଥିଲେ।
Read More >