ନାଗପୁର: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବ । ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଆଉ ଭାରତ ପ୍ରଥମେ ବୋଲିଂ କରିବ । ଦୀର୍ଘ ୪୦ ବର୍ଷ ହେବ ଭାରତ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ହାରି ନାହିଁ । ଏହି ସିରିଜ ଦୁଇ ଦଳ ପାଇଁ ଚାମ୍ପିଅନ୍ସ ଟ୍ରଫି ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ ।
ଆଜିର ମ୍ୟାଚରେ ଯଶସ୍ୱୀ ଜୟସ୍ୱାଲ ଓ ହର୍ଷିତ ରାଣା ଦିନିକିଆରେ ପଦାର୍ପଣ କରିଛନ୍ତି । ଆହତ କାରଣରୁ ବିରାଟ କୋହଲି ଆଜିର ମ୍ୟାଚରେ ଖେଳିବେ ନାହିଁ । ତେଣୁ ଜୟସ୍ୱାଲ ଓ ରୋହିତ ଇନିଂସ ଓପନ କରିବାକୁ ଥିବା ବେଳେ ଶୁଭମନ ଗିଲ୍ ତୃତୀୟ କ୍ରମରେ ବ୍ୟାଟିଂ କରିବେ ।
ଇଂଲଣ୍ଡ ପ୍ରାୟ ୪୦ ବର୍ଷ ପୂର୍ବେ ଭାରତୀୟ ମାଟିରେ ଶେଷ ଦିନିକିଆ ସିରିଜ ଜିତିଥିଲା। ଏବେ ଟିମ୍ ଇଣ୍ଡିଆର ଦାୟିତ୍ୱ ହେବ ଯେ ସେ ଗତ ୪ ଦଶନ୍ଧି ଧରି ଚାଲିଆସୁଥିବା ରେକର୍ଡକୁ ବଜାୟ ରଖିବେ। ଇଂଲଣ୍ଡ ଶେଷ ଥର ପାଇଁ ୧୯୮୪-୮୫ରେ ଭାରତୀୟ ମାଟିରେ ଭାରତ ବିପକ୍ଷରେ ଏକ ଦିନିକିଆ ସିରିଜ ଜିତିଥିଲା। ଏହି ସିରିଜରେ ମୋଟ ୫ଟି ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ଇଂଲଣ୍ଡ ୪-୧ରେ ଜିତିଥିଲା।
ଏପର୍ୟ୍ୟନ୍ତ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୋଟ ୧୦୭ଟି ଦିନିକିଆ ଖେଳାଯାଇଛି। ଏଥିରୁ ଭାରତ ୫୮ଟି ଜିତିଥିବା ବେଳେ ଇଂଲଣ୍ଡ ୪୪ଟି ମ୍ୟାଚ୍ ଜିତିଛି । ଉଭୟଙ୍କ ମଧ୍ୟରେ ୩ଟି ମ୍ୟାଚ୍ ଅମୀମାଂସିତ ଥିଲା ଏବଂ ୨ଟି ଦିନିକିଆ ଟାଇ ହୋଇଥିଲା।
ଏପର୍ୟ୍ୟନ୍ତ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୋଟ ୨୦ଟି ଦିନିକିଆ ସିରିଜ ଖେଳାଯାଇଛି। ଟିମ୍ ଇଣ୍ଡିଆ ୨୦ଟି ସିରିଜରୁ ୧୧ଟି ଜିତିଛି। ଇଂଲଣ୍ଡ ୭ଟି ସିରିଜ ଜିତିଛି। ୨ଟି ସିରିଜ୍ ଡ୍ରରେ ଶେଷ ହୋଇଛି।
ସୂଚନାଯୋଗ୍ୟ ଯେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକ୍ରିେ ସିରିଜ୍ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏହି ଫର୍ମାଟର ଶେଷ ସିରିଜ୍ ହେବ। ଏହି ସିରିଜ୍ ଫେବୟୁ୍ଆରି ୬ରୁ ଆରମ୍ଭ ହେଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୯ ଓ ତୃତୀୟ ମ୍ୟାଚ୍ ୧୨ ଫେବ୍ରୁଆରି ଖେଳାଯିବ।
ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀୟ ଜୟସ୍ୱାଲ, ଶ୍ରେୟସ ଆୟର, ଶୁଭମନ ଗିଲ୍, କେଏଲ ରାହୁଲ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ରବୀନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ମହମ୍ମଦ ଶାମି ।
ଇଂଲଣ୍ଡ ଦଳ
ବେନ ଡକେଟ୍, ଫିଲିପ ସଟ୍(ୱିକେଟ୍ କିପର), ଜୋ ରୁଟ୍, ହାରି ବ୍ରୁକ, ଜୋସ ବଟଲର(ଅଧିନାୟକ), ଲିୟାମ ଲିଭିଙ୍ଗଷ୍ଟୋନ, ଜାକବ ବେଥେଲ, ବ୍ରିଡନ କାର୍ସେ, ଜୋଫ୍ରା ଆର୍ଚର, ଆଦିଲ ରଶିଦ, ସାକିବ ମେହମୁଦ ।