କଲମ୍ବୋ: ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ଦାସୁନ୍ ଶାନାକା କାରିବିଆନ୍ ପ୍ରିମିୟର ଲିଗ୍ ୨୦୨୬ରେ ତାଙ୍କର ବିସ୍ଫୋରକ ବ୍ୟାଟିଂ ସହିତ ଇତିହାସ ସୃଷ୍ଟି କରିଛନ୍ତି। ସେଣ୍ଟ କିଟ୍ସ ଏବଂ ନେଭିସ୍ ପାଟ୍ରିଅଟ୍ସ ପାଇଁ ଖେଳି ଶାନାକା ସେଣ୍ଟ ଲୁସିଆ କିଙ୍ଗସ୍ ବିପକ୍ଷରେ ମାତ୍ର ୩୯ଟି ବଲ୍ରେ ଶତକ ହାସଲ କରିଛନ୍ତି। ସିପିଏଲ୍ ଇତିହାସରେ ଦ୍ରୁତତମ ଶତକ ପାଇଁ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି।
ସେଣ୍ଟ ଲୁସିଆ କିଙ୍ଗସ୍ ବୋଲରମାନେ ଶାନାକାଙ୍କ ଝଡ଼ ସମ୍ମୁଖରେ ସମ୍ପୂର୍ଣ୍ଣ ଅସହାୟ ଥିଲେ। ଶାନାକା ୨୮୧.୩୯ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରିଥିଲେ। ୪୩ଟି ବଲ୍ରେ ଅପରାଜିତ ୧୨୧ ରନ୍ କରିଥିଲେ। ତାଙ୍କର ଐତିହାସିକ ଇନିଂସ୍ ସମୟରେ ସେ ୮ଟି ଚୌକା ଏବଂ ୧୨ଟି ଲମ୍ବା ଛକା ମାରିଥିଲେ। ଶାନାକା କିଓନ୍ ଗାଷ୍ଟନ୍ଙ୍କ ବଲ୍ରେ ଲଗାତାର ଛକା ମାରି ତାଙ୍କର ଶତକ ପୂରଣ କରିଥିଲେ ଏବଂ ତାଙ୍କ ହେଲମେଟ୍ ଉଠାଇ ଉତ୍ସବ କରିଥିଲେ। ଅନ୍ୟ ପାର୍ଶ୍ୱରେ ଠିଆ ହୋଇଥିବା ତାଙ୍କ ଶ୍ରୀଲଙ୍କା ସାଥୀ ୱାନିନ୍ଦୁ ହସରଙ୍ଗା ତୁରନ୍ତ ତାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ଏହି ବିଶେଷ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଦାସୁନ୍ ଶାନାକାଙ୍କ ଐତିହାସିକ ଇନିଂସ ସେଣ୍ଟ କିଟ୍ସ ଏବଂ ନେଭିସ୍ ପାଟ୍ରିଓଟ୍ସକୁ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୫ ରନର ବିଶାଳ ସ୍କୋର କରିବାରେ ସାହାଯ୍ୟ କରିଥିଲା। ଜବାବରେ ୨୩୬ରନର ଲକ୍ଷ୍ୟକୁ ପିଛା କରୁଥିବା ସେଣ୍ଟ ଲୁସିଆ କିଙ୍ଗସ୍ ମାତ୍ର ୯୮ ରନରେ ଅଲଆଉଟ୍ ହୋଇଯାଇଥିଲା ଏବଂ ପାଟ୍ରିଓଟ୍ସ ୧୩୭ ରନ୍ରେ ଏକପାଖିଆ ବିଜୟ ହାସଲ କରିଥିଲା।
ମ୍ୟାଚ୍ ପରେ ତାଙ୍କ ଇନିଂସ ବିଷୟରେ ଶାନାକା କହିଛନ୍ତି, ଏହା ଏକ ବହୁ ପ୍ରତୀକ୍ଷିତ ସଫଳତା ଥିଲା ଏବଂ ମୁଁ ଆଜି ଏହା ମୋ ପାଇଁ ଆସିଥିବାରୁ ବହୁତ ଖୁସି। ମୁଁ ନେଟ୍ସରେ ମୋର ମୌଳିକ ଅଭ୍ୟାସ ଉପରେ ବହୁତ ଧ୍ୟାନ ଦିଏ। ଅନ୍ୟ ପାର୍ଶ୍ୱରେ ହାସରଙ୍ଗା ରହିବା ମୋତେ ଅପାର ଆତ୍ମବିଶ୍ୱାସ ଦେଇଥିଲା। ମୁଁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଇନିଂସ ପରେ, ଏହା ମୋ କ୍ୟାରିୟରର ଦ୍ୱିତୀୟ ସର୍ବୋତ୍ତମ ଇନିଂସ।
ଅଧିକ ପଢ଼ନ୍ତୁ: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଶତ