ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଜି ଭାରତକୁ ମିଳିବ ବିଜୟ? ୪ର୍ଥ ଦିନରେ ମ୍ୟାଚ୍‌ ଜିତିବାକୁ ଉଭୟ ଟିମ୍‌ କରିବେ ସଂଘର୍ଷ
Khabar Odisha:Cricket-India-to-tray-win-match-at-The-Wanderers-Stadium-in-Johannesburg

ଜୋହାନେସ୍‌ବର୍ଗ, ଜାନୁଆରୀ ୦୬ (ଖବର ଓଡ଼ିଶା): ଟିମ୍‌ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଜୋହାନେସ୍‌ବର୍ଗ ଟେଷ୍ଟ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ମ୍ୟାଚ୍‌ର ୪ର୍ଥ ଦିନ ଗୁରୁବାର ଅପରାହ୍ନରେ ଆରମ୍ଭ ହେବ। ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକାକୁ ୨୪୦ ରନ୍‌ର ବିଜୟ ଲକ୍ଷ ଦେଇଛି। ଏହା ଜୋହାନେସ୍‌ବର୍ଗ ବହୁତ ବଡ଼ ଲକ୍ଷ୍ୟ। ଭାରତୀୟ ଦଳ ଏହି ମ୍ୟାଚ୍‌କୁ ଜିତିବା ପାଇଁ ସମସ୍ତ ପ୍ରକାରର ଶକ୍ତି ବିନିଯୋଗ କରିବ। କାରଣ ଏହି ମ୍ୟାଚ୍‌ ଜିତିଲେ ଭାରତ ଶୃଙ୍ଖଳାରେ ବିଜୟୀ ହେବ। ପ୍ରଥମ ଟେଷ୍ଟରେ ଭାରତ ବିଜୟୀ ହୋଇ ଏବେ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି। 

ଅନ୍ୟପଟରେ ମ୍ୟାଚର ୩ୟ ଦିନ ଶେଷ ହେବା ବେଳକୁ ଦକ୍ଷିଣ ଆଫ୍ରିକା ୨ଟି ୱିକେଟ ହରାଇ ସାରିଛି। ଅଧିନାୟକ ଡିନ୍‌ ଏଲ୍ଗର ୪୬ ଓ ରସୀ ଭେନ ଦୁସେନ ୧୧ ରନ୍‌ ସଂଗ୍ରହ କରି ଅପରାଜିତ ଅଛନ୍ତି। ଏବେ ଦକ୍ଷିଣ ଆଫ୍ରିକାକୁ ମ୍ୟାଚ ଜିତିବା ପାଇଁ ୨ ଦିନରେ ମାତ୍ର ୧୨୨ ରନ୍‌ର ଆବଶ୍ୟକତା ରହିଛି। ପୁଣି ହାତରେ ୮ଟି ୱିକେଟ୍‌ ଅଛି। ଭାରତୀୟ ବୋଲରଙ୍କ ଯଦି କୌଣସି ପ୍ରଭାବ ନ ପଡ଼େ ତାହେଲ ଦକ୍ଷିଣ ଆଫ୍ରିକା ସହଜରେ ଏହି ମ୍ୟାଚ ଜିତିପାରିବ। 

ତେବେ ଜୋହାନେସ୍‌ବର୍ଗ ଟେଷ୍ଟ ୪ ଦିନରେ ଶେଷ ହୋଇଯିବାର ଆଶା ଦେଖାଯାଉଛି। ଆଜିର ମ୍ୟାଚ ଆରମ୍ଭ ହେବା ଠାରୁ ଭାରତୀୟ ବୋଲରମାନେ ୱିକେଟ ନେବା ପାଇଁ ଯଥା ସମ୍ଭବ ଉଦ୍ୟମ କରିବେ। ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ସାମି ଓ ଶାର୍ଦୁଳ ଠାକୁର ଦ୍ରୁତବୋଲିଂ ପାଇଁ ଦାୟିତ୍ବ ନେଇଥବା ବେଳେ ରବିଚନ୍ଦ୍ରନ ଅଶ୍ବିନ ଓ ହନୁମା ବିହାରୀ ସ୍ପିନ ବୋଲିଂ କରି ଯାଦୁ ଦେଖାଇବେ। 

 

  • Tags:

Subscribe

National International State Sports Entertainment