ଆଇପିଏଲ ୨୦୨୦, ଆଜି ମହାମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ
Khabar Odisha:Chennai-Super-Kings-and-Mumbai-Indians-will-face-off-in-the-IPL-2020-clash-today
ଦୁବାଇ, ଅକ୍ଟୋବର ୨୩ (ଖବର ଓଡ଼ିଶା):

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ରେ ଆଜି ଶୁକ୍ରବାର ଦିନ ମୁହାଁମୁହିଁ ହେବେ ଆଇପିଏଲ ଇତିହାସର ଦୁଇ ସଫଳତମ ଦଳ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ । ମୁମ୍ବଇ ଇଣ୍ଡିଆନ୍‌ସ ବିଜୟ ସହ ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବାକୁ ଉଦ୍ୟମ କରିବାବେଳେ ଚେନ୍ନାଇ ସୁପରକିଙ୍ଗ୍‌ସ ପ୍ଳେ ଅଫ ଆଶା ବଜାୟ ରଖିବା ପାଇଁ ଆଜିର ମ୍ୟାଚ କର ବା ମର ହୋଇଯାଇଛି । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନାଇ ସୁପରକିଙ୍ଗ୍‌ସ ୧୦ଟି ମ୍ୟାଚରୁ ୩ଟି ବିଜୟ ଓ ୭ଟି ପରାଜୟ ସହ ୬ ପଏଣ୍ଟ ପାଇ ଟେବୁଲର ସର୍ବନିମ୍ନ ସ୍ଥାନ​‌​‌ରେ ରହିଛି । ଦଳର ପ୍ଲେ ଅଫ ଆଶା ନେଇ ଆଜିର ମ୍ୟାଚ୍ ଶେଷ ସୁଯୋଗ ରହିଛି । ସେନ୍‌ ୱାଟ୍‌ସନ, ମୁରଲୀ ବିଜୟ, ଅମ୍ବାତି ରାଇଡୁ, କେଦାର ଯାଦବ, ଫ୍ଲାଫ ଡୁପ୍ଲେସି, ଧୋନି, ରବୀନ୍ଦ୍ର ଜାଡେଜା ଓ ସାମ୍‌ କରନଙ୍କ ଭଳି ଖେଳାଳି ରହିଥିଲେ ମଧ୍ୟ ଦଳର ଆଇପିଏଲରେ ଚମକବିହୀନ ପ୍ରଦର୍ଶନ ଦେଖିବାକୁ ମିଳିଛି। ଡୁପ୍ଲେସି ୩୭୫, ସେନ୍ ୱାଟସନ ୨୮୫,ରାଇଡୁ ୨୫୦ ରନ କରିଛନ୍ତି। ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ଓ ବୋଲରଙ୍କ ଉପଯୁକ୍ତ ସହଯୋଗ ନମିଳିବା ଦଳକୁ ଏକାଧିକ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ପ୍ରଥମ ରାଉଣ୍ଡ ମ୍ୟାଚରେ ଦଳ ମୁମ୍ବଇ ଇଣ୍ଡିଆନ୍‌ସ କୁ ୫ ୱିକେଟରେ ପରାସ୍ତ କରି ଚମ୍ପିଆନ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଦୟନୀୟ ପ୍ରଦର୍ଶନ କରି ପ୍ଲେ ଅଫ ପାଇଁ ସଂଘର୍ଷ କରୁଛି। ଶେଷ ୪ ମ୍ୟାଚ ଜିତି ପ୍ଲେ ଅଫକୁ ଉନ୍ନୀତ ହେବା ନେଇ ଆଶା ରଖିଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ୯ଟି ମ୍ୟାଚରୁ ୬ଟି ବିଜୟ ଓ ୩ଟି ପରାଜୟ ସହ ୧୨ ପଏଣ୍ଟ ହାସଲ କରିଛି। ରୋହିତ ଓ କ୍ବାଣ୍ଟେନ ଡିକକ୍‌ଙ୍କ ସମେତ ସୂର୍ୟ୍ୟକୁମାର ଯାଦବ, ଇଷାନ୍ କିଷାନ, ହାର୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟାଙ୍କ ସମେତ ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍‌ରା, ଜେମ୍ସ ପାଟିନ୍‌ସନ ଭଳି ଖେଳାଳି ରହିଛନ୍ତି। ବ୍ୟାଟିଂ ଓ ବୋଲିଂରେ ଦଳ ନିକଟରେ ପୂର୍ଣ୍ଣ ଦକ୍ଷତାପ୍ରାପ୍ତ ଖେଳାଳି ରହିଥିବାରୁ ଚେନ୍ନଇ ବିପକ୍ଷରେ ପ୍ରତିଶୋଧ ଲକ୍ଷ୍ୟ ନେଇ ଦଳ ପଡିଆକୁ ଓହ୍ଲାଇବ ।

  • Tags:

Subscribe

National International State Sports Entertainment