କୋହଲିଙ୍କ 50 ତମ ଶତକ ଏବଂ ଭାରତର ମହାବିଜୟକୁ ନେଇ ପୁରା ଦେଶ ଆଜି ଗର୍ବିତ ଏବଂ ଆନନ୍ଦିତ । ସମସ୍ତ ଫ୍ୟାନ୍ସମାନଙ୍କ ସହ ବଲିଉଡ ଓ ସାଉଥ୍ ସେଲିବ୍ରିଟିଙ୍କ ନିକଟରୁ ଭାରତୀୟ ଦଳ ପାଇଁ ଛୁଟିଲା ଶୁଭେଚ୍ଛାର ସୁଅ । ଏହାସହ ସେଲିବ୍ରିଟିମାନେ ସମସ୍ତ କ୍ରିକେଟରଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛି। Jr NTR, ଆଥିଆ ଶେଟ୍ଟୀ, ଅନୁପମ ଖେର, ଏସ୍ ରାଜା ମୌଲି, ସାମନ୍ଥା, ଅମିତାଭ ବଚ୍ଛନଙ୍କ ସମେତ ଅନେକ ତାରକାମାନେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁସି ବ୍ୟକ୍ତ କରିଛନ୍ତି ।
ବଲିଉଡ ଅଭିନେତା ଶାହରୁଖ ଖାନ ଟିମ୍ ଇଣ୍ଡିଆର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, "ୟାୟ boys! ସମସ୍ତେ teamwork and sportsmanshipର.ଅବିଶ୍ୱାସନୀୟ ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ଫାଇନାଲ୍ ଜିତିବା ପାଇଁ ଭାରତକୁ ଶୁଭେଚ୍ଛା!"
ଅଭିନେତା ଜୁନିଅର NTR ଲେଖିଛନ୍ତି , 49 ODI ଏକ ଅବିସ୍ମରଣୀୟ ରେକର୍ଡ । ଭାରତରେ ଜଣେ ଭାରତୀୟ ଦ୍ୱାରା ଭାଙ୍ଗିଗଲା । ବିଶ୍ୱକପ୍ ସେମିଫାଇନାଲରେ ଏହାଠାରୁ ଆଉ କିଛି ଭଲ ହୋଇ ନଥାନ୍ତା । କୋହଲିଙ୍କୁ ଅଭିନନ୍ଦନ ତୁମେ 50 ଟି ଷ୍ଟାଣ୍ଡିଂ ଓଭେସନ୍ ଏବଂ ଏହାଠାରୁ ଅଧିକ କିଛି ପାଇବାକୁ ଯୋଗ୍ୟ ।
ଏହାସହ ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର କୋହଲିଙ୍କୁ ପ୍ରଶଂସା କରି ଲେଖିଛନ୍ତି ଯେ ଏହିପରି ବିରାଟ କୋହଲି ଇତିହାସ ସୃଷ୍ଟି କରିଥିଲେ ଏବଂ ଆମ ସମସ୍ତ ଭାରତୀୟ ଗର୍ବରେ ପରିପୂର୍ଣ୍ଣ ହୋଇଗଲୁ। ବିଜୟୀ ହୁଅ । ଜିନ୍ଦାବାଦ ।
ସେହିପରି ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ ବିରାଟଙ୍କ ଏକ ଫଟୋ ସେୟାର କରି କୃତଜ୍ଞତା ଜଣାଇଛନ୍ତି ।
ବାହୁବଲୀ ଏବଂ ଆରଆରଆର ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାଣ କରିଥିବା ଏସ୍ ଏସ୍ ରାଜା ମୌଲି ମଧ୍ୟ କୋହଲିଙ୍କ ଶତକରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ରେକର୍ଡଗୁଡିକ ଭାଙ୍ଗିବା ପାଇଁ ଉଦ୍ଦିଷ୍ଟ, କିନ୍ତୁ ଯେତେବେଳେ ସଚିନ ଅବସର ଘୋଷଣା କଲେ, ତାଙ୍କ ସ୍ୱପ୍ନରେ ମଧ୍ୟ କେହି ତାଙ୍କ ରେକର୍ଡ ଭାଙ୍ଗିବାକୁ ଚିନ୍ତା କଲେ ନାହିଁ… ଏବଂ ତା’ପରେ ରାଜା ଉଭା ହେଲେ…। କୋହଲି। ”
ତାଙ୍କ ବ୍ୟତୀତ କ୍ରିକେଟର କେ.ଏଲ୍ ରାହୁଲଙ୍କ ପତ୍ନୀ ଆଥିଆ ଶେଟ୍ଟୀ,ତାଙ୍କ ଇନଷ୍ଟାଗ୍ରାମରେ ବିରାଟ କୋହଲିଙ୍କ ଫଟୋ ଶେୟର କରି ଲେଖିଛନ୍ତି ଅବିଶ୍ୱାସନୀୟ ।
ଏହାକୁ ନେଇ ମେଗାଷ୍ଟାର ଅମିତାଭ ବଚ୍ଛନ ମଜାଳିଆ ଢଙ୍ଗରେ ଲେଖିଛନ୍ତି - ଯେତେବେଳେ ମୁଁ ଦେଖୁ ନାହିଁ, ସେତେବେଲେ ଆମେ ଜିତୁଛେ !"
ଏହାସହ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା xରେ ପୋଷ୍ଟ କରି ଲେଖିଛନ୍ତି, ଏକ ଚମତ୍କାର ପ୍ରଦର୍ଶନ, #ଟିମ୍ ଇଣ୍ଡିଆ ।
ବିଶେଷ ଅଭିନନ୍ଦନ ବିରାଟ କୋହଲିଙ୍କୁ ଅନ୍ୟ ଏକ ରେକର୍ଡ ସେଟିଂ ପାଇଁ । ଫାଇନାଲ୍ ପାଇଁ ବହୁତ ହିଁ ଉତ୍ସାହିତ! ବିଜୟର କପ୍ କୁ ଘରକୁ ଆଣିବାକୁ ଅପେକ୍ଷା କରିପାରିବି ନାହିଁ ।
ତାଙ୍କ ସମେତ ସଚିନ ତେନ୍ଦୁଲକର ବିରାଟଙ୍କୁ ତାଙ୍କ ରେକର୍ଡ ଭାଙ୍ଗିଥିବାରୁ ଅଭିନନ୍ଦନ ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି । ସଚିନ ଲେଖିଛନ୍ତି, what ଅ ସେମି-ଫାଇନାଲ୍ !!!!!! ଏକ ସୁପର ବ୍ୟାଟିଂ ପ୍ରଦର୍ଶନ ଏବଂ ଫାଇନାଲରେ ପ୍ରବେଶ କରିବା ପାଇଁ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ ପାଇଁ ଭାରତ ଭଲ ପ୍ରଦର୍ଶନ କରିଛି ।
ଶେଷରେ, ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀ-କ୍ରିକେଟର ବିରାଟ କୋହଲିଙ୍କ ପାଇଁ ଏକ ପ୍ରଶଂସା ନୋଟ୍ ଲେଖିଛନ୍ତି କାରଣ ସେ ODI କ୍ରିକେଟ୍ ଇତିହାସରେ 50 ଶତକ ହାସଲ କରିଥିବା ପ୍ରଥମ ଖେଳାଳି ହୋଇଥିଲେ। "ଭଗବାନ ହେଉଛନ୍ତି ଶ୍ରେଷ୍ଠ ସ୍କ୍ରିପ୍ଟ ଲେଖକ। ତାଙ୍କ ଆଶୀର୍ବାଦ ରୂପରେ ତମ ଭଲପାଇବା ଦେଇଥିବାରୁ ଏବଂ ତୁମକୁ ଆଗକୁ ବଢିବା ପାଇଁ ଶକ୍ତିଦେଇଥିବାରୁ ଏବଂ ତୁମର ପାଖରେ ଯାହା ଅଛି ଏବଂ ତମର ଯାହା ଇଚ୍ଛା ତାହା ହାସଲ କରିବା, ସର୍ବଦା ନିଜ ଏବଂ ଖେଳ ପ୍ରତି ସଚ୍ଚୋଟ ରହିବ। ତୁମେ ପ୍ରକୃତରେ ଭଗବାନଙ୍କ ସନ୍ତାନ ।