ଲଣ୍ଡନ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ECB) ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ତେବେ ଦଳର ତାରକା ଦ୍ରୁତ ବୋଲର ଜୋଫ୍ରା ଆର୍ଚ୍ଚର ଏବଂ ଜୋସ୍ ଟଙ୍ଗ୍ଙ୍କୁ ପ୍ରଥମ ମ୍ୟାଚ୍ରୁ ବିଶ୍ରାମ ଦିଆଯାଇଛି। ସେମାନଙ୍କ ସ୍ଥାନରେ ଦୁଇ ଘାତକ ବୋଲର ଲ୍ୟୁକ୍ ଉଡ୍ ଏବଂ ସାକିବ୍ ମହମୁଦଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।
ଆର୍ଚ୍ଚରଙ୍କୁ ବିଶ୍ରାମ, ଦୁଇ ଷ୍ଟାର୍ଙ୍କ କମବ୍ୟାକ୍
ଇଂଲଣ୍ଡ ଦଳ ନିଜର କାର୍ଯ୍ୟଭାରକୁ ନଜରରେ ରଖି ଜୋଫ୍ରା ଆର୍ଚ୍ଚରଙ୍କ ଭଳି ମୁଖ୍ୟ ବୋଲରଙ୍କୁ ଏହି ମ୍ୟାଚ୍ରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛି। ତାଙ୍କ ସହ ଜୋସ୍ ଟଙ୍ଗ୍ ମଧ୍ୟ ଏହି ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତିରେ ବୋଲିଂ ଲାଇନ୍ଅପ୍କୁ ସମ୍ଭାଳିବେ ଲ୍ୟୁକ୍ ଉଡ୍ ଏବଂ ସାକିବ୍ ମହମୁଦ। ଦୁଭୟ ଖେଳାଳି ଘରୋଇ କ୍ରିକେଟ୍ ଓ ବିଗତ ସିରିଜ୍ଗୁଡ଼ିକରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଫେରିଛନ୍ତି।
ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ଅପ୍ ସହ ପଡ଼ିଆକୁ ଓହ୍ଲାଇବ ଇଂଲଣ୍ଡ
ଭାରତୀୟ ସ୍ପିନର ଓ ପେସରଙ୍କୁ ସାମ୍ନା କରିବା ପାଇଁ ଇଂଲଣ୍ଡ ଏକ ଶକ୍ତିଶାଳୀ ବ୍ୟାଟିଂ ଅର୍ଡର ପ୍ରସ୍ତୁତ କରିଛି। ଦଳର ଅଧିନାୟକଙ୍କ ସହ ଜୋସ୍ ବଟଲର୍, ଫିଲ୍ ସଲ୍ଟ ଏବଂ ଜନି ବେୟାରଷ୍ଟୋଙ୍କ ଭଳି ବିସ୍ଫୋରକ ବ୍ୟାଟର ଦଳକୁ ବଡ଼ ସ୍କୋର ଦେବାର ଦାୟିତ୍ୱ ନେବେ। ଏହାସହ ମଧ୍ୟକ୍ରମରେ କିଛି ଦକ୍ଷ ଅଲରାଉଣ୍ଡରଙ୍କୁ ମଧ୍ୟ ସୁଯୋଗ ମିଳିଛି, ଯେଉଁମାନେ ମ୍ୟାଚ୍ର ସ୍ଥିତି ବଦଳାଇବାର କ୍ଷମତା ରଖନ୍ତି।
ପ୍ରଥମ ଟି-୨୦ ପାଇଁ ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ
ଜୋସ୍ ବଟଲର୍ (ଅଧିନାୟକ/ୱିକେଟକିପର), ଫିଲ୍ ସଲ୍ଟ, ଜନି ବେୟାରଷ୍ଟୋ, ହ୍ୟାରୀ ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଇନ ଅଲ୍ଲୀ, ସାମ୍ କରନ୍, ଆଦିଲ ରସିଦ, ରେହାନ ଅହମ୍ମଦ, ଲ୍ୟୁକ୍ ଉଡ୍ ଏବଂ ସାକିବ୍ ମହମୁଦ।