କେକେଆର ପରେ ଚେନ୍ନାଇ ଦଳର ଖେଳାଳୀ କରୋନା ସଂକ୍ରମିତ ଚିହ୍ନଟ ନେଇ ଗୁଜବ
Khabar Odisha:COVID-19-Cases-In-Chennai-Super-Kings-Camp-False-Positives-Says-Report

ଅହମ୍ମଦାବାଦ,ମେ ୩(ଖବର ଓଡିଶା); କରୋନା ମହାମାରୀ ଧିରେ ଧିରେ ଏବେ ଆଇପିଏଲକୁ ଗ୍ରାସ କରିବାକୁ ଲାଗିଛି । ଆଜି କୋଲକାତା ନାଇଟ ରାଇଡର୍ସର ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର କରୋନା ସଂକ୍ରମିତ ହେବା ପରେ ଆଜିର ମୁକାବିଲାକୁ ବାତିଲ କରି ଦିଆଯାଇଛି । ଏହା ପରେ ଚେନ୍ନାଇ ସୁପର କିଙ୍ଗ୍‌ସର ୩ ଜଣ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଥିବା ଗୁଜବ ଆସିଛି । 

ଅବଶ୍ୟ ଏଥିରେ କୌଣସି ଖେଳାଳି ସଂକ୍ରମିତ ହୋଇ ନାହାନ୍ତି । ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କେସି ବିଶ୍ୱନାଥନ୍, ବୋଲିଂ କୋଚ୍ ଏଲ୍ ବାଲାଜୀ ଏବଂ ଜଣେ ନିମ୍ନ କର୍ମଚାରୀ କର୍ମଚାରୀ ରବିବାର ଦିନ ପଜିଟିଭ୍ ପରୀକ୍ଷା କରିଥିଲେ କିନ୍ତୁ ସୋମବାର ସେମାନଙ୍କର ରିପୋର୍ଟ ନେଗେଟିଭ ଆସିଛି ।

ଭାରତରେ ଏବେ କରୋନା ସଂକ୍ରମଣ ଏହାର କରାଳ ରୁପ ଦେଖାଇ ଚାଲିଛିି । ଗତ ୨୪ ଘଣ୍ଟା ମଧ୍ୟରେ ୩,୬୮,୧୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୩,୪୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଭାରତରେ ମୋଟ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୧,୯୯,୨୫,୬୦୪ ରେ ପହଁଚିଛି । 

ତେବେ ପୁର୍ବରୁ ଭାରତରେ କରୋନା ସଂକ୍ରମଣ ଦୃତଗତିରେ ବଢୁଥିବା ସମୟରେ ଭାରତରେ ଆଇପିଏଲ୍ ଆୟୋଜନକୁ ନେଇ ମଧ୍ୟ ବିଭିନ୍ନ ପୁର୍ବତନ ଖେଳାଳୀ ଏବଂ ସାଧାରଣ ଲୋକେ ପ୍ରଶ୍ନ ଉଠାଇଥିଲେ । ଚଳିତ ସିଜନର ଆଇପିଏଲ୍ ଆରମ୍ଭ ହେବା ପୁର୍ବରୁ ବିଭିନ୍ନ ଦଳର ଖେଳାଳୀ କରୋନାରେ ସଂକ୍ରମିତ ହୋଇଥିଲା । ତେବେ ଏଥି ମଧ୍ୟରେ ଚଳିତ ସିଜନ ଆସି ଏହାର ମଧ୍ୟ ଭାଗରେ ପହଁଚିଥିଲା ବେଳେ ଏବେ ଖେଳାଳୀମାନେ ସଂକ୍ରମିତ ଚିହ୍ନଟ ହେବା ପରେ ଚଳିତ ବର୍ଷ ଆଇପିଏଲକୁ ନେଇ ବିସିସିଆଇ କି ପଦକ୍ଷେପ ନେଉଛି ଏହା ଉପରେ ସମସ୍ତଙ୍କ ନଜର ରହିବ ।

  • Tags:

Subscribe

National International State Sports Entertainment