ବର୍ଡର- ଗାଭାସ୍କର ଟ୍ରଫି ; ତୃତୀୟ ଟେଷ୍ଟରେ ଭାରତ ଆଗରେ ବିଜୟ ଲକ୍ଷ୍ୟ ୪୦୭ ରନ
Khabar Odisha:Border---Gavaskar-Trophy-In-the-third-Test-Austrelia-sets-407-run-target-for-India
ସିଡନୀ, ଜାନୁଆରୀ ୧୦ (ଖବର ଓଡ଼ିଶା):

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର – ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଭାରତ ସମ୍ମୁଖରେ ୪୦୭ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ପ୍ରଥମ ଇଂନିସରେ ୩୩୮ ରନ କରିଥିବା ଅଷ୍ଟ୍ରେଲିଆ ତୃତୀୟ ଇଂନିସରେ ୬ ୱିକେଟ ହରାଇ ୩୧୨ ରନରେ ପାଳି ସମାପ୍ତି ଘୋଷଣା କରିଛି । ଦ୍ୱିତୀୟ ଇଂନିସରେ ଭାରତ ୨୪୪ ରନରେ ଅଲଆଉଟ ହୋଇଯିବା ଫଳରେ ଅଷ୍ଟ୍ରେଲିଆ ୯୪ ରନର ଲିଡ ଦେଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ତୃତୀୟ ଇଂନିସରେ କାମେରନ ଗ୍ରୀନ ସର୍ବାଧିକ ୮୪ ରନ କରିଥିବା ବେଳେ ଷ୍ଟିଭ ସ୍ମିଥ ୮୧ ଏବଂ ମାର୍ନସ ଲାବୁସାନେ ୭୩ ରନ ସ୍କୋର କରିଛନ୍ତି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ୱିକେଟ କିପର ବ୍ୟାଟସମାନ ରିଷଭ ପନ୍ଥ ଏହି ମ୍ୟାଚରେ ବ୍ୟାଟିଙ୍ଗ କରୁଥିବା ସମୟରେ ଆହତ ହୋଇଥିବାରୁ ଭାରତୀୟ ଦଳ ଏବେ ଚିନ୍ତାରେ ରହିଛି । 

  • Tags:

Subscribe

National International State Sports Entertainment