ବର୍ଡର- ଗାଭାସ୍କର ଟ୍ରଫି ; ବ୍ରିସବେନ ଟେଷ୍ଟରୁ ପୁକୋଭସ୍କି ବାଦ, ହାରିସ ସାମିଲ
Khabar Odisha:Border---Gavaskar-Trophy-Excluding-Pukovsky-from-the-Brisbane-Test-Harris-is-included
ବ୍ରିସବେନ, ଜାନୁଆରୀ ୧୪ (ଖବର ଓଡ଼ିଶା) :

ଆସନ୍ତାକାଲି ଠାରୁ ଆରମ୍ଭ ଦେବାକୁ ଯାଉଛି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ । ଏହି ମ୍ୟାଚ ବ୍ରିସବେନରେ ଖେଳାଯିବ । ତେବେ ଏହି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଝଟକା ଲାଗିଛି । ଦଳର ଓପନର ବ୍ୟାଟସମାନ ୱିଲ ପୁକୋଭସ୍କି ଆହତ ହୋଇ ଏହି ଚତୁର୍ଥ ଟେଷ୍ଟରୁ ବାଦ ପଡିଛନ୍ତି । ତେବେ ତାଙ୍କ ସ୍ଥାନରେ ମାର୍କ୍ସ ହାରିସଙ୍କୁ ଦଳରେ ସାମିଲ କରାଯାଇଛି । ଫିଲଡିଙ୍ଗ କରୁଥିବା ସମୟରେ ପୁକୋଭସ୍କିଙ୍କ କାନ୍ଧରେ ଆଘାତ ଲାଗିବା ଫଳରେ ସେ ଏହି ମ୍ୟାଚରୁ ବାଦ ପଡିଛନ୍ତି । ପୂର୍ବରୁ ଏକାଧିକ ଭାରତୀୟ ଖେଳାଳି ଆହତ ହୋଇ ଏହି ଟେଷ୍ଟ ମ୍ୟାଚରୁ ବାଦ ପଡିସାରିଛନ୍ତି ।

  • Tags:

Subscribe

National International State Sports Entertainment