ବର୍ଡର- ଗାଭାସ୍କର ଟ୍ରଫି ; ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୯୮/୨
Khabar Odisha:Border---Gavaskar-Trophy-By-the-end-of-the-fourth-days-play-India-were-982
ସିଡନୀ, ଜାନୁଆରୀ ୧୦ (ଖବର ଓଡ଼ିଶା):

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇଂନିସରେ ୨ ୱିକେଟ ହରାଇ ୯୮ ରନ ସ୍କୋର କରିଛି । ଏହି ମ୍ୟାଚରେ ଭାରତକୁ ବିଜୟ ନିମନ୍ତେ ଆହୁରି ୩୦୯ ରନର ଆବଶ୍ୟକତା ରହିଛି । ପ୍ରଥମ ଇଂନିସରେ ୯୪ ରନର ଲିଡ ରଖିଥିବା ଅଷ୍ଟ୍ରେଲିଆ ଏହି ମ୍ୟାଚରେ ଭାରତ ସମ୍ମୁଖରେ ବିଜୟ ପାଇଁ ୪୦୭ ରନ ଧାର୍ଯ୍ୟ କରିଥିଲା । ତେବେ ଭାରତ ଦ୍ୱିତୀୟ ଇଂନିସରେ ଆଜି ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ ହରାଇ ୯୮ ରନ ସ୍କୋର କରିଛି । ଉଭୟ ଓପନର ଶୁଭମାନ ଗିଲ ଏବଂ ରୋହିତ ଶର୍ମା ଯଥାକ୍ରମେ ୩୧ ଏବଂ ୫୨ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରା ଏବେ କ୍ରିଜରେ ବ୍ୟାଟିଙ୍ଗ କରୁଛନ୍ତି ।

  • Tags:

Subscribe

National International State Sports Entertainment