କଟକ: ଆସନ୍ତା ଡିସେମ୍ବର ୯ ଆନ୍ତର୍ଜାତୀୟ ବାରବାଟୀ ଷ୍ଟାଡିୟମରେ ମୁହାଁମୁହି ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଏବେଠୁ ଦେଖିବାକୁ ମିଳିଲାଣି ଉତ୍ସାହ । ତେବେ ବାରବାଟୀ ମ୍ୟାଚକୁ ନେଇ ଆଜି ଅନଲାଇନ୍ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି । ୱେବ୍ ସାଇଟ୍ ଖୋଲିବା ମାତ୍ରେ ୩୫ ମିନିଟ୍ରେ ଶେଷ ହେଲା ୨୦୦୦ ଟିକେଟ । ସାଇଟ ଆରମ୍ଭ ହେଉ ହେଉ ୨୦ ହଜାର ୱେଟିଂ ଦେଖିବାକୁ ମିଳିଥିଲା। ମାତ୍ର ୨ ହଜାର ଟିକେଟ ଥିବା ବେଳେ ସମସ୍ତ କ୍ରିକେଟ ପ୍ରେମୀ ମାନେ ହତାଶ ହୋଇଛନ୍ତି। ଡିସେମ୍ବର ୧ ତାରିଖ ଅପରାହ୍ନ ୨ ଟା ରେ District by Zomato ଅନଲାଇନରେ ଆରମ୍ଭ ହୋଇଥିଲା ଅନଲାଇନ ଟିକେଟ ବିକ୍ରି ।
ଅପରାହ୍ନ ଦୁଇଟାରେ ୱେବ୍ ସାଇଟ୍ ଖୋଲିବା ମାତ୍ରେ ଦର୍ଶକ ମାନେ ଅନଲାଇନ ମାଧ୍ୟମରେ ନିଜର ଟିକେଟ ବୁକିଂ କରିଛନ୍ତି । ଏହି ଟିକେଟ ସେମାନେ ଆସନ୍ତା ଡିସେମ୍ବର ୮ ଓ ୯ ତାରିଖରେ କଟକ କ୍ୟାମ୍ବ୍ରିଜ୍ ସ୍କୁଲରୁ ସଂଗ୍ରହ କରିବେ । ଅନଲାଇନ୍ ଟିକେଟ ପାଇଁ ବିଭିନ୍ନ କମ୍ପ୍ୟୁଟର ସେଣ୍ଟରରେ ଦେଖିବାକୁ ମିଳିଥିଲା ଭିଡ଼ । ଆଉ ଟିକେଟ ବିକ୍ରି ଆରମ୍ଭରୁ ସର୍ଭର ଜାମ୍ ଦେଖାଯାଇଥିଲା । ଆବେଦନ ପ୍ରଣାଳୀ ସରିବା ଆଗରୁ ଶେଷ ହୋଇ ଯାଇଥିଲା ଟିକେଟ । ଅନଲାଇନରେ ବଡ଼ କେଳେଙ୍କାରୀ ହୋଇଥିବା ଅଭିଯୋଗ କରିଛନ୍ତି କ୍ରୀଡା ପ୍ରେମୀ। ଅନଲାଇନ୍ ଟିକେଟ କରିଥିବା ଦର୍ଶକମାନେ ଡିସେମ୍ବର ୮ ଓ ୯ ତାରିଖରେ କଟକ କ୍ୟାମ୍ବ୍ରିଜ୍ ସ୍କୁଲରୁ ସଂଗ୍ରହ କରିବେ।
ଅନଲାଇନ୍ ଟିକେଟ ପାଇଁ ସୋମବାର ବିଭିନ୍ନ କମ୍ପ୍ୟୁଟର ସେଣ୍ଟରରେ ଦେଖିବାକୁ ମିଳିଥିଲା ଭିଡ଼ । ଆଉ ଟିକେଟ ବିକ୍ରି ଆରମ୍ଭରୁ ସର୍ଭର ଜାମ୍ ଦେଖାଯାଇଥିଲା । ଆବେଦନ ପ୍ରଣାଳୀ ସରିବା ଆଗରୁ ଶେଷ ହୋଇ ଯାଇଥିଲା ଟିକେଟ । ଏମିତିକି ୨ଟାରେ ସାଇଟ୍ ଖୋଲୁ ଖୋଲୁ ଟିକେଟ ଆବେଦନର ପାଞ୍ଚ ଗୁଣା ତଳକୁ ଚାଲି ଯାଇଥିଲେ ଆବେଦନକାରୀ। ପୂର୍ବ ମ୍ୟାଚରେ ଅନଲାଇନରେ ୪୦୦୦ ହଜାର ଟିକେଟ ବିକ୍ରୀ ହୋଇଥିବା ବେଳେ ଚଳିତ ମ୍ୟାଚ ପାଇଁ ମାତ୍ର ଦୁଇ ହଜାର ଟିକେଟ ରଖାଯାଇଥିଲା ।
ସେହିଭଳି ପୂର୍ବ ମ୍ୟାଚରେ ୧୧,୫୦୦ ଟିକେଟ କାଉଣ୍ଟରରେ ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ ମାତ୍ର ୧୦,୦୦୦ ଟିକେଟ ବିକ୍ରି ହେବ। ଏବଂ ଏହି ଟିକେଟ ଦର ପୂର୍ବ ମ୍ୟାଚ ଭଳି ସମାନ ଦାମ୍ ରହିଛି ବୋଲି ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା । ଅନଲାଇନ୍ ଟିକେଟରୁ ବଞ୍ଚିତ ଥିବା କ୍ରିକେଟ ପ୍ରେମୀ ମାନଙ୍କ ଏକ ମାତ୍ର ସାହା ଭରସା ହେଉଛି ୫ ତାରିଖରେ ବିକ୍ରି ହେବାକୁ ଥିବା କାଉଣ୍ଟର ଟିକେଟ।
Also read: ୨ୟ ଦିନିକିଆ ପାଇଁ ରାୟପୁରରେ ପହଞ୍ଚିଲା ଭାରତ ଓ ଦକ୍ଷିଣ ଆଫ୍ରିକା