ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ବୋର୍ଡ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି । ନଜମୁଲ ହୁସେନ ସାଣ୍ଟୋଙ୍କୁ ବୋର୍ଡ ଅଧିନାୟକ କରିଛି । ଚୟନକର୍ତ୍ତା ଜାକିର ଅଲୀଙ୍କୁ ସୁଯୋଗ ଦେଇଥିବା ବେଳେ ଶୋରଫୁଲ ଇସଲାମଙ୍କୁ ଦଳରୁ ବାଦ୍ ଦେଇଛନ୍ତି । ଦଳରେ ବରିଷ୍ଠ ଖେଳାଳି ଶାକିବ ଅଲ ହସନ, ଲିଟନ ଦାସ ଓ ମେହଦୀ ହାସନ ମିରାଜଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରେ ଚେନ୍ନାଇରେ ଖେଳାଯିବ । ଦ୍ୱିତୀୟ ମୁକାବିଲା କାନପୁରରେ ଖେଳାଯିବ ।
ବାଂଲାଦେଶ ନିଜ ଦଳକୁ ବେଶ ସନ୍ତୁଳିତ ରଖିଛି । ବୋର୍ଡ ଅନୁଭବୀ ଖେଳାଳିଙ୍କ ସହିତ ଯୁବ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦେଇଛି । ବାଂଲାଦେଶ ନିକଟରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ବିଜୟ ହାସଲ କରିଥିଲା । ପାକିସ୍ତାନକୁ ତାରି ଘରେ ୨-୦ରେ କ୍ଲିନ ସୁଇପ କରିଥିଲା ବାଂଲାଦେଶ । ଏବେ ଦଳ ଭାରତ ବିପକ୍ଷରେ ମୁକାବିଲା ପାଇଁ ପ୍ରସ୍ତୁତ । ଦଳ ରୋହିତ ବାହିନୀଙ୍କୁ କଡା ଟକ୍କର ଦେଇପାରେ ।
ମହମୁଦୁଲ ହସନ, ଜାକିର ହସନ, ଶାଦନାମ ଇସଲାମ ଓ ମୋମିନୁଲ ହକଙ୍କୁ ମଧ୍ୟ ସୁଯୋଗ ମିଳିଛି । ମୁଶଫିକର ରହିମ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଜାକିର ଅଲ୍ଲୀଙ୍କୁ ବୋର୍ଡ ଜାତୀୟ ଦଳରେ ସୁଯୋଗ ଦେଇଛି ।
ବାଂଲାଦେଶ କ୍ରିକେଟ୍ ଦଳ
ନଜମୁଲ ହୁସେନ ସାଣ୍ଟ(ଅଧିନାୟକ), ମହମୁଦୁଲ ହସନ ଜୟ, ଜାକିର ହସନ, ଶାଦନାମ ଇସଲାମ, ମୋମିନୁଲ ହକ, ମୁସଫିକର ରହିମ, ଶାକିବ ଅଲ ହସନ, ଲିଟନ ଦାସ, ମେହଦି ହସନ ମିରାଜ, ତୈଜୁଲ ଇସଲାମ, ନଇମ ହସନ, ନାହିଦ ରାଣା, ହସନ ମହମୁଦ, ତସ୍କିନ ଅହମ୍ମଦ, ସୈୟଦ ଖାଲିଦ ଅହମ୍ମଦ, ଜେକର ଅଲ୍ଲୀ ଅନିକ ।