ରାୟଗଡ଼ା: ଏକ ବହୁଚର୍ଚ୍ଚିତ ଅପହରଣ ମାମଲାରେ ଏଡିଜେ କୋର୍ଟଙ୍କ ବଡ଼ ରାୟ ପ୍ରକାଶ ପାଇଛି। ଅପହରଣ କରି ହତ୍ଯା ଉଦ୍ଯମ,ଅସ୍ବାଭାବିକ ଯୌନ ସମ୍ପର୍କ ଓ ମାରଣାସ୍ତ୍ର ରଖିବା ଅଭିଯୋଗରେ ୯ ଜଣଙ୍କୁ ଅତିରିକ୍ତ ଜିଲ୍ଲ ଦୌରା ଜର୍ଜ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ହାଡପା ଶିବା ମଧ୍ଯ ରହିଛି। ଏହାସହ ଦୋଷୀମାନଙ୍କୁ ଆର୍ଥିକ ଜରିମାନା ୨୦ ହଜାର ଟଙ୍କାରେ ଦଣ୍ଡିତ କରାଯାଇଛି।
ସୂଚନା ଅନୁସାରେ ଗତ ୨୦୧୯ ମସିହା ନଭେମ୍ବର ୧୮ ତାରିଖରେ ଭୁଷଣ ପୂଜାରୀ ନାମକ ଯୁବକ ବିଶାଖାପାଟଣାମ୍ ରୁ ଟ୍ରେନ ରେ ଆସୁଥିବା ବେଳେ ଏହି ୯ଜଣ ଅପରାଧୀ ତୋ ପାଖରେ ଗଞ୍ଜେଇ ଅଛି ବୋଲି କହି ୧୦ଲକ୍ଷ ଟଙ୍କା ବଟି ମାଗିଥିଲେ। ପରେ ଅପହରଣ କରି ନାଗାବଳୀ ନଦୀ ପାଖରେ ରଖିଥିଲେ। ଏନେଇ ତାଙ୍କ ବାପା ପଞ୍ଚାନନ ପୂଜାରୀ ଥାନାରେ ଏତଲା ଦେବା ପରେ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା। ତେବେ ଖାନତଲାସି ବେଳେ ଏହି ଗ୍ଯାଙ୍ଗ ପୁଲିସ ଉପରକୁ ଗୁଳି ଚଳାଇଥିବା ବେଳେ ପୁଲିସର ପାଲଟା ଆକ୍ରମଣରେ ଅପରାଧି ହାଡପା ଶିବାର ଗୋଡରେ ଗୁଳି ବାଜିଥିଲା। ପରେ ଆଇପିସିର ଧାରା 364,377,120(b),34(a) 25(1-b)(a), 27(1) ଓ Arms act-ରେ ମାମଲା ରୁଜୁ କରି ପୁଲିସ କୋର୍ଟ ଚାଲାଣ କରିଥିଲା। ତେବେ ୯ଜଣ ଅପରାଧି ଙ୍କ ମଧ୍ଯରୁ ୩ ଜଣ ଅନ୍ଯ ଏକ ଜେଲରେ ସଜା କାଟୁଥିବା ବେଳେ ଆଜି ୫ଜଣ ଅପରାଧି କୋର୍ଟକୁ ଆସିଥିଲେ। ତେବେ ରାୟ ଶୁଣାଇବା ପରେ ଅପରାଧୀ ଶୁଣ୍ଡି ପ୍ରକାଶ କୋର୍ଟ ପରିସରରୁ ଫେରାର୍ ହୋଇଯାଇଥିଲେ। ତେବେ ଆଜି ୨୫ରୁ ଉର୍ଦ୍ଧ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏଡିଜେ କୋର୍ଟ ଜର୍ଜ ଅଳ୍ପନା ସ୍ୱାଇଁ ଅଭିଯୁକ୍ତ ହାଡ଼ପା ଶିବା, ଜି. ବାଙ୍ଗାରୁ, ଶୁଣ୍ଢି ସୂରଜ, ଶୁଣ୍ଢି ପ୍ରକାଶ, ମାଝୀ ରାଜା, ମାଝୀ ଜୋସେଫ୍, ଜି ବେଣୁ, ଜି ତେଜା ଓ ଜି.ସୁରେନ୍ଦ୍ରକୁ ଆଜୀବନ କାରାଦଣ୍ଡ ସହ ୨୦ହଜାର ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ୬ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ କୋର୍ଟ। ରାୟ ପ୍ରକାଶ ପାଇବା ପରେ ଘଟଣାକୁ ନେଇ ଅଭିଯୁକ୍ତଙ୍କ ପରିବାରବର୍ଗଙ୍କ ପକ୍ଷରୁ କୋର୍ଟ ପରିସରରେ ଉତ୍ତେଜନା ଦେଖାଦେଇଥିଲା।