ଗଞ୍ଜାମ : ଆସନ୍ତା ନଭେମ୍ବର ୭ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ପୁନରୁଦ୍ଧାର ଏବଂ ସଫେଇ କାର୍ଯ୍ୟ ପାଇଁ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁଯାୟୀ ଜିଲ୍ଲାର ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ।
ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ପ୍ରାୟ ୪୯୮ଟି ସ୍କୁଲ କ୍ଷତିଗ୍ରସ୍ତ ହୋଇଛି। ସେଠାରେ ପୋଷ୍ଟ-ଫ୍ଲଡ୍ କ୍ଲିନିଂ, ସାନିଟାଇଜେସନ ଏବଂ ମରାମତି କାର୍ଯ୍ୟ ଚାଲୁଥିବାରୁ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଛୁଟି ଅବଧିକୁ ବଢ଼ାଯାଇଛି।
ତେବେ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ବନ୍ଦ ରହିଲେ ମଧ୍ୟ ସମସ୍ତ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀମାନେ ନିୟମିତ ଭାବେ ସ୍କୁଲକୁ ଆସି ପୁନରୁଦ୍ଧାର ଓ ନିଜର ଅନ୍ୟାନ୍ୟ ଦାୟିତ୍ୱ ତୁଲାଇବେ।