କାନପୁର: ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ମ୍ୟାଚ୍ରେ ତୃତୀୟ ଦିନର ଖେଳ ରଦ୍ଦ ହୋଇଛି। ବର୍ଷା ହୋଇ ନ ଥିଲେ ଖରାପ ଆଉଟ୍ ଫିଲ୍ଡ କାରଣରୁ ତୃତୀୟ ଦିନରେ ବଲ୍ଟିଏ ବି ପଡ଼ିପାରିନାହିଁ। ଶନିବାର ପ୍ରବଳ ବର୍ଷା ଯୋଗୁଁ ଆଉଟ୍ ଫିଲ୍ଡ ଏତେ ଖରାପ ଥିଲା ଯେ ରବିବାର ମ୍ୟାଚ୍ ସମ୍ଭବପର ନ ଥିଲା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୩ ଓ୍ଵିକେଟ୍ ହରାଇ ୧୦୭ ରନ କରିଛି। ମୋମିନୁଲ ହକ ୪୦ ଓ ମୁସ୍କିର ରହିମ ୬ ରନ କରି ବ୍ୟାଟିଂ କରୁଛନ୍ତି। ବର୍ଷା ଯୋଗୁଁ ଦ୍ଵିତୀୟ ଦିନର ଖେଳ ସଂପୂର୍ଣ୍ଣ ଧୋଇ ହୋଇ ଯାଇଥିଲା।
ଉଲ୍ଲେଖନୀୟ ବର୍ଷା ବାଧାପ୍ରାପ୍ତ ଶୁକ୍ରବାର ପ୍ରଥମ ଦିନର ଖେଳରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାଂଲାଦେଶର ଦୁଇ ଓପନର ଜାକିର ହସନ ଓ ଶାଦମାନ ଇସଲାମ ୨୬ ରନ ଯୋଡିଥିଲେ । ଜାକିର ହସନ ୨୪ ବଲ ଖେଳିଥିଲେ ହେଁ ଖାତା ଖୋଲି ପାରି ନ ଥିଲେ । ଆକାଶ ଦୀପ ତାଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ୨୪ ରନ କରି ଲୟ ନଜର ଆସୁଥିବା ଶାଦମାନ ଇସଲାମ ୨୪ ବ୍ୟକ୍ତିଗତ ୨୪ ରନ ସ୍କୋରରେ ଆକାଶ ଦୀପଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ଏହା ପରେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଓ ମନିମୁଲ ହକ କ୍ରିଜରେ ଜମି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୫୧ ରନ ଯୋଡିଥିଲେ । ସାଣ୍ଟୋ(୩୧)କୁ ଅଶ୍ୱିନ ଏଲବିଡବ୍ଲ୍ୟୁ କରି ପାଭିଲିୟନର ରାସ୍ତା ଦେଖାଇଥିଲେ । ୧୦୭ ରନ ହୋଇଥିବା ବେଳେ ବର୍ଷା ହେବାରୁ ଖେଳ ବନ୍ଦ ରହିଥିଲା । କ୍ରିଜରେ ନମିନୁଲ ହକ ୪୦ ରନ ଓ ମୁସଫିକର ରହିମ ୬ ରନ କରି ବ୍ୟାଟିଂ କରୁଛନ୍ତି । ଭାରତ ପକ୍ଷରୁ ଆକାଶ ଦୀପ ୨ଟି ଏବଂ ଅଶ୍ୱିନଙ୍କୁ ଗୋଟିଏ ସଫଳତା ମିଳିଛି । ଉଲ୍ଲେଖନୀୟ ଚେନ୍ନାଇ ଟେଷ୍ଟ ଜିତି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି ।
ଆଶା କରାଯାଉଥିଲା ତୃତୀୟ ଦିନ ଖେଳ ହେବ। କିନ୍ତୁ କାନପୁରରେ ବର୍ଷା ଲାଗି ରହିଥିବାରୁ ଆଜି ତୃତୀୟ ଦିନରେ ଖେଳ ସମ୍ଭବ ହୋଇ ପାରିନି। ଫଳରେ ଦ୍ଵିତୀୟ ଟେଷ୍ଟ ଡ୍ର ଅଭିମୁଖେ ଗତି କରୁଛି।