ନୂଆଦିଲ୍ଲୀ: ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସୁପ୍ରିମକୋର୍ଟ ଓ ପ୍ରଧାନ ବିଚାରପତିଙ୍କୁ ନେଇ ଦେଇଥିବା ବୟାନକୁ ନେଇ ଜାତୀୟ ରାଜନୀତିରେ ଚହଳ ପଡିଛି । ନିଶିକାନ୍ତ ଦୁବେ ଶନିବାର କହିଥିଲେ ଯେ, ଯଦି ଆଇନ ସୁପ୍ରିମକୋର୍ଟ ତିଆରି କରିବ ତେବେ ସଂସଦକୁ ବନ୍ଦ କରି ଦେବା ଉଚିତ୍ । ଏହା ଉପରେ ବିରୋଧୀ କହିଛନ୍ତି ଯେ, ଏହା କେବଳ ନ୍ୟାୟପାଳିକାର ପ୍ରତିଷ୍ଠା ଉପରେ ହମଲା ନୁହେଁ ବରଂ ସଂସଦ ଓ ସମ୍ବିଧାନର ଆତ୍ମା ଉପରେ ଉପରେ ମଧ୍ୟ ପ୍ରଶ୍ନ ସ୍ୃଷ୍ଟି କରିଛି ।
ନିଶିକାନ୍ତ ଦୁବେଙ୍କ ଏମିତି ବୟାନ ପରେ ରାଜନୀତି ସରଗରମ ରହିଛି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି । ଅନ୍ୟପଟେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସାମ୍ନାକୁ ଆସି ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ନିଶିକାନ୍ତ ଦୁବେଙ୍କ ବୟାନରେ ପାର୍ଟିର କୌଣସି ସଂପର୍କ ନାହିଁ । ବିଜେପି ଏମିତି ବୟାନକୁ ସମର୍ଥନ କରୁନାହିଁ । ଏହା ଦୁବେଙ୍କର ବ୍ୟକ୍ତିଗତ ଟିପ୍ପଣୀ ।
ବିଜେପିର ଏହି ଟିପ୍ପଣୀ ପରେ କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ଏହି ପ୍ରସଙ୍ଗରେ ପୋଷ୍ଟ କରି କହିଛନ୍ତି, ବିଜେପି ସାଂସଦ ଯେଉଁଭଳି ଭାବେ ସୁପ୍ରିମକୋର୍ଟ ଓ ପ୍ରଧାନ ବିଚାରପତିଙ୍କ ପ୍ରତି ଟିପ୍ପଣୀ କରିଛନ୍ତି ଏବଂ ତା ଉପରେ ବିଜେପି ଅଧ୍ୟକ୍ଷଙ୍କ ବୟାନର କୌଣସି ଅର୍ଥ ନାହିଁ ।
କଂଗ୍ରେସ କହିଛି ଯେ, ବିଜେପି ଅଧ୍ୟକ୍ଷଙ୍କ ସ୍ପଷ୍ଟୀକରଣ ଡ୍ୟାମେଜ କଣ୍ଟ୍ରୋଲ ବ୍ୟତୀତ ଆଉ କିଛି ନୁହେଁ । ଏଥିରେ କେହି ମୁର୍ଖ ହେବେ ନାହିଁ । ଏହା ସମଗ୍ର ରାଜନୈତିକ ବିଜ୍ଞାନ ନୁହେଁ ବରଂ ସମଗ୍ର ରାଜନୀତିର ହତ୍ୟା । ବିଜେପିର ନେତାଙ୍କ ଦ୍ୱାରା ବାରମ୍ବାର ସୁପ୍ରିମକୋର୍ଟଙ୍କ ପରେ ପ୍ରଶ୍ନ ଉଠାଇବା କଣ ବାସ୍ତବରେ ଏହି ନେତାଙ୍କ ସମ୍ବେଦନଶୀଳତାକୁ ଦର୍ଶାଉଛି ।