ଏସୀୟ କ୍ରୀଡାରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ସେ ସମସ୍ତଙ୍କୁ ଜଳକା କରି ପୁରୁଷ ଜାଭେଲିନରେ ଜିତିଛନ୍ତି ରୌପ୍ୟ ପଦକ। ସେ ସ୍ୱର୍ଣ୍ଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ନିଜ ଜାଭେଲିନ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏସିଆନ ଗେମ୍ସରେ ସେ କ୍ୟାରିୟର ବେଷ୍ଟ ଥ୍ରୋ ୮୭.୫୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି।
ଆଜି କିଶୋର ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କୁ କଡ଼ା ଟକ୍କର ଦେଇଥିଲେ। ଏକଦା ସେ ନୀରଜଙ୍କୁ ପଛରେ ପକାଇ ୧ନଂ ସ୍ଥାନକୁ ଚାଲି ଯାଇଥିଲେ। କିନ୍ତୁ ୪ର୍ଥ ପ୍ରୟାସରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ୮୮.୮୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପୁଣିଥରେ ଏସିଆନ ଗେମ୍ସରେ ନିଜର ସ୍ଥାନ ଏକ ପ୍ରକାରର ନିଶ୍ଚିତ କରିଥିଲେ। ଭାରତକୁ ପୁରୁଷ ଜାଭେଲିନରେ ଥ୍ରୋରେ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି।