ଟିମ ପେନଙ୍କ ସ୍ଲେଜିଂର କଡା ଜବାବ ଦେଲେ ଅଶ୍ୱିନ
Khabar Odisha:Ashwin-responded-strongly-to-Tim-Penns-sledging
ସିଡନୀ, ଜାନୁଆରୀ ୧୧ (ଖବର ଓଡ଼ିଶା):

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଡ୍ରରେ ଶେଷ ହୋଇଛି । ଏହି ସିରିଜରେ ବର୍ତମାନ ପର୍ଯ୍ୟନ୍ତ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ଲାଭ କରିବା ସହ ସିରିଜ ୧-୧ ରେ ବରାବର ରହିଛି । ତେବେ ଏସବୁ ମଧ୍ୟରେ ଏବେ ଅଷ୍ଟ୍ରେଲିଆ କ୍ୟାପଟେନ ଟିମ ପେନ ଓ ଭାରତୀୟ ବୋଲର ରବିଚନ୍ଦ୍ର ଅଶ୍ୱିନୀଙ୍କ ପଡିଆ ମଧ୍ୟରେ କଥୋପକଥନକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ଭାରତ ୫ ୱିକେଟ ହରାଇ ୩୧୯ ରନ କରିଥିଲା । ରବିଚନ୍ଦ୍ରନ ଅଶ୍ୱିନୀ ଓ ହନୁମା ବିହାରୀ କ୍ରିଜରେ ଥିଲେ । କିନ୍ତୁ ଅଷ୍ଟ୍ରେଲିଆ ବୋଲର ଯେତେ ଚେଷ୍ଟା କଲେବି ଉଭୟଙ୍କୁ ଆଉଟ କରିପାରିନଥିଲେ । ଫଳରେ କଙ୍ଗାରୁ ଦଳ ସ୍ଲେଜିଂ ଆରମ୍ଭ କରିବାକୁ ଯୋଜନା କରିଥିଲେ । ଅଶ୍ୱିନୀଙ୍କ ଧ୍ୟାନ ଭଙ୍ଗ କରିବା ନିମନ୍ତେ ଅଷ୍ଟ୍ରେଲିଆ କ୍ୟାପଟେନ ଟିମ ପେନ କହିଥିଲେ, ଏବେ ଗାବା ଟେଷ୍ଟ ପାଇଁ ଆଉ ଅଧିକ ଅପେକ୍ଷା କରି ହେଉ ନାହିଁ । କିନ୍ତୁ ଅଶ୍ୱିନୀ ଏହାର ଦୃଢ ଜବାବ ଦେଇଥିଲେ । ସେ କହିଥିଲେ, ଭାରତରେ ତମକୁ ଦେଖିବା ପାଇଁ ଅପେକ୍ଷା କରିଛୁ । ସେଇଟା ହିଁ ତୁମର ଶେଷ ସିରିଜ ହେବ । ଖାଲି ପେନ ନୁହେଁ, ଅଷ୍ଟ୍ରେଲିଆର ପ୍ରାୟ ସବୁ ଖେଳାଳୀ ଅଶ୍ୱିନୀ ଓ ବିହାରୀଙ୍କୁ ହଇରାଣ କରିବାକୁ ପ୍ରୟାସ କରିଥିଲେ । ସର୍ଟ ଲେଗରେ ମୈଥ୍ୟୁ ୱେଡ଼ଙ୍କ ସହ ମାର୍ନସ ଲବୁସାନେ ଅଶ୍ୱିନୀ ବ୍ୟାଟିଂ କରୁଥିବା ସମୟରେ ମଧ୍ୟ ସ୍ଲେଜିଂ କରିଥିଲେ । ଏମିତିି କି ଜାଣିଶୁଣି ଅଶ୍ୱିନୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଥିଲେ ଅଷ୍ଟ୍ରେଲିୟ ଖେଳାଳୀ । ଏହି ସିରିଜର ଶେଷ ଟେଷ୍ଟ ମ୍ୟାଚ ଜାନୁଆରୀ ୧୫ ରେ ବ୍ରିସବେନରେ ଖେଳାଯିବ ।

  • Tags:

Subscribe

National International State Sports Entertainment