ଭାରତୀୟ ଦଳକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ଅମିତ ମିଶ୍ରା
Khabar Odisha:Amit-Mishra-is-aiming-to-return-to-the-Indian-team
ନୂଆଦିଲ୍ଲୀ, ଅଗଷ୍ଟ ୦୭ (ଖବର ଓଡ଼ିଶା):

ଭାରତୀୟ କ୍ରିକେଟ ଦଳକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ଭେଟେରାନ ଲେଗ ସ୍ପିନର ଅମିତ ମିଶ୍ରା. 37 ବର୍ଷୀୟ ଏହି ସ୍ପିନର ଶେଷ ଥର ପାଇଁ 2017 ମସିହାରେ ଇଂଲଣ୍ଡ ବିପକ୍ଷରେ ଟି - ଟ୍ୱେଣ୍ଟି ମ୍ୟାଚ ଖେଳିଥିଲେ. 

ବର୍ତ୍ତମାନ ସେ ନିଜ ଖେଳରେ ଇମପ୍ରୁଭ ଆଣୁଛନ୍ତି ଏବଂ  ଯେତେବେଳେ ବି ଭାରତୀୟ ଦଳରୁ ଡାକରା ଆସିବ ଖେଳିବାକୁ ପ୍ରସ୍ତୁତ ବୋଲି ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଅମିତ ମିଶ୍ରା. ଏହା ସହ ବର୍ତ୍ତମାନ ଭାରତୀୟ ଦଳରେ ସ୍ପିନର ଭାବେ ସ୍ଥାନ ପକ୍କା କରିବାକୁ ହେଲେ ବହୁତ ପ୍ରତିଯୋଗିତା କରିବାକୁ ପଡିବ ଏବଂ ମିଶ୍ରା ବର୍ତ୍ତମାନ ନିଜର ଦକ୍ଷତା ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି. ଏହା ସହ  ଆଗାମୀ ଆଇପିଏଲରେ ଭଲ ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାଇବାକୁ ଚେଷ୍ଟା କରିବେ ବୋଲି ମିଶ୍ରା କହିଛନ୍ତି. 

ମିଶ୍ରଙ୍କ ନାମରେ 76 ଟି ଟେଷ୍ଟ ୱିକେଟ୍ ସହିତ ଏକଦିବସୀୟରେ 64 ଏବଂ ଟି -20 ରେ 16 ଟି ୱିକେଟ୍ ରହିଛି ।  ତାଙ୍କର ଶେଷ ଏକଦିବସୀୟ ମ୍ୟାଚ2016 ରେ ବିଶାଖାପାଟନମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ. ଏହି ମ୍ୟାଚରେ ସେ ପାଞ୍ଚ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଥିଲେ.

  • Tags:

Subscribe

National International State Sports Entertainment