ନୂଆଦିଲ୍ଲୀ: ବାଂଲାଦେଶକୁ ଟେଷ୍ଟ ସିରିଜରେ ୨-୦ରେ କ୍ଲିନ ସୁଇପ୍ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ଟି-୨୦ ସିରିଜ୍ ପାଇଁ ପ୍ରସ୍ତୁତ। ଏହି ସିରିଜ୍ ପାଇଁ ଉଭୟ ବୋର୍ଡ ନିଜ ନିଜର ଦଳ ଘୋଷଣା କରାଯାଇଛି । ଭାରତୀୟ ଦଳର ନେତୃତ୍ୱ ସୂର୍ଯ୍ୟକୁମାର ଯାଦବ ନେଉଛନ୍ତି । ଟେଷ୍ଟ ସିରିଜ ଖେଳୁଥିବା ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ, ଶୁଭମନ ଗିଲ, ଯଶପ୍ରୀତ ବୁମରା, କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ପରି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ବାଂଲାଦେଶ ଦଳର ନେତୃତ୍ୱ ନେବେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ । ୧୪ ମାସ ପରେ ମେହଦୀ ହସନ ମିରାଜଙ୍କ ଟି-୨୦ରେ ପ୍ରତ୍ୟାବର୍ତ୍ତନ ଘଟିଛି ।
ଭାରତ ବନାମ ବାଂଲାଦେଶ ଟି-୨୦ ସିରିଜ ସିଡ୍ୟୁଲ
ଅକ୍ଟୋବର ୬, ପ୍ରଥମ ଟି-୨୦, ଗ୍ୱାଲିୟର
ଅକ୍ଟୋବର ୯, ଦ୍ୱିତୀୟ ଟି-୨୦, ଦିଲ୍ଲୀ
ଅକ୍ଟୋବର ୧୨, ତୃତୀୟ ଟି-୨୦, ହାଇଦ୍ରାବାଦ
ଏହି ସିରିଜର ସିଧା ପ୍ରସାରଣ ସ୍ପୋର୍ଟ୍ସ ୧୮ରେ ହେବ । ଓଟିଟି ପ୍ଲାଟଫର୍ମ ଜିଓ ସିନେମାରେ ଦର୍ଶକ ମାଗଣାରେ ଖେଳର ମଜା ଉଠାଇ ପାରିବେ ।
ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ୍ କିପର), ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତିଶ କୁମାର ରେଡ୍ଡୀ, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା(ୱିକେଟ୍ କିପର), ଅର୍ଶଦୀପ ସିଂ, ହର୍ଷିତ ରାଣା, ମୟଙ୍କ ଯାଦବ ।
ବାଂଲାଦେଶ ଟିମ୍
ନଜମୁଲ ହୁସେନ ସାଣ୍ଟୋ(ଅଧିନାୟକ), ତଞ୍ଜିଦ ହସନ ତମୀମ, ପରଭେଜ ହୁସେନ ଇମୋନ, ତୋହିଦ ହୃଦୟ, ମହମୁଦୁଲ୍ଲା, ଲିଟନ ଦାସ, ଜାକିର ଅଲୀ, ମେହଦି ହସନ ମିରାଜ, ମେହନ୍ଦି ହସନ, ରିଶାଦ ହୁସେନ, ମୁସ୍ତାଫିଜୁର ରେହମାନ, ତସ୍କିନ ଅହମ୍ମଦ, ଶୋରିଫୁଲ ଇସ୍ଲାମ, ତଞ୍ଜିମ ହସନ ଶାକିବ, ରକିବୁଲ ହସନ ।