ବିଶାଖାପଟନମ: ଯଶସ୍ଵୀ ଜୟସ୍ଵାଲ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ଜୟସ୍ଵାଲ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ଶତକ ହାସଲ କରିଛନ୍ତି। ସେ ୧୧୧ ବଲରେ ଶତକ ହାସଲ କରିଥିଲେ। ଏହା ପୂର୍ବରୁ ୭୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ପରବର୍ତ୍ତୀ ୫୦ ରନ ୩୫ ବଲରେ କରିଥିଲେ। ଜୟସ୍ୱାଲ ବର୍ତ୍ତମାନ ତିନୋଟି ଫର୍ମାଟରେ ଶତକ ହାସଲ କରିଥିବା ଷଷ୍ଠ ଭାରତୀୟ ବ୍ୟାଟର ହୋଇଛନ୍ତି।
ତିନୋଟି ଫର୍ମାଟରେ ଶତକ ହାସଲ କରିଥିବା ଭାରତୀୟ
ଯଶସ୍ୱୀ ଜୟସ୍ୱାଲ ପୂର୍ବରୁ ଟି-୨୦ ଏବଂ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଛନ୍ତି। ଏବେ ଦିନିକିଆ କ୍ୟାରିୟରର ଚତୁର୍ଥ ମ୍ୟାଚରେ, ସେ ଶତକ ହାସଲ କରିବାର କୃତିତ୍ୱ ହାସଲ କରିଛନ୍ତି। ପୂର୍ବରୁ, କେବଳ ପାଞ୍ଚ ଜଣ ଭାରତୀୟ ବ୍ୟାଟସମ୍ୟାନ୍ ତିନୋଟି ଫର୍ମାଟରେ ଶତକ ହାସଲ କରିଛନ୍ତି। ଏତିରେ ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ସୁରେଶ ରୈନା ଏବଂ ଶୁଭମନ ଗିଲ୍ ସାମିଲ୍। ଜୟସ୍ୱାଲ ଏପରି କରିବାରେ ଷଷ୍ଠ ଭାରତୀୟ।
ବିଶାଖାପାଟଣାରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ସେ ରୋହିତ ଶର୍ମାଙ୍କ ସହିତ ଇନିଂସ ଓପନ କରିଥିଲେ। ଦୁହେଁ ୧୫୫ ରନର ଭାଗୀଦାରୀ ଯୋଡ଼ି ଦଳ ବିଜୟର ମୂଳଦୁଆ ପକାଇଥିଲେ। ଜୟସ୍ଵାଲ ଚଳିତ ସିରିଜର ଉଭୟ ମ୍ୟାଚରେ କେବଳ ୪୦ ରନ୍ କରିପାରିଥିଲେ। ଶେଷରେ ସେ ସୁଯୋଗର ଫାଇଦା ଉଠାଇ ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି। ଆହତ ଶୁଭମନ ଗିଲଙ୍କ ଅନୁପସ୍ଥିତିରେ ଦିନିକିଆ ଦଳରେ ଇନିଂସ ଓପନ କରିବାର ସୁଯୋଗ ଦିଆଯାଇଥିଲା।
ଶେଷ ଦୁଇଟି ମ୍ୟାଚ୍ରେ ବିଫଳ
ଯଶସ୍ଵୀ ଜୟସ୍ଵାଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦୁଇଟି ଦିନିକିଆରେ ଯଥାକ୍ରମେ ୧୮ ଏବଂ ୨୨ ରନ୍ କରିଥିଲେ। ତୃତୀୟ ଦିନିକିଆରେ, ସେ ଜୟସ୍ଵାଲ ୧୨୧ ବଲ୍ରୁ ୧୧୬ ରନର ଇନିଂସ ଖେଳିଥିଲେ। ଏଥିରେ ୧୨ ଚୌକା ଓ ୨ ଛକା ସାମିଲ୍।
Also read: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ରୋହିତଙ୍କ ବଡ଼ ଉପଲବ୍ଧି, ସଚିନଙ୍କ କ୍ଲବରେ ହେଲେ ସାମିଲ୍