ଗତ ମାର୍ଚ୍ଚ ୪ ତାରିଖରୁ ବୌଦ୍ଧ ଜିଲ୍ଲା କ୍ରିକେଟ୍ ଆସୋସିଏସନ ଆନୁକୁଲ୍ୟରେ ଜିଲ୍ଲା ଷ୍ଟାଡିଅମ ଠାରେ ଚାଲିଥିବା ସପ୍ତମ ବୌଦ୍ଧ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଦୀର୍ଘ ୭ ଦିନବ୍ୟାପୀ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ସମ୍ବଲପୁର ଓ ଅନୁଗୁଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲl l ଏଥିରେ ଜେସିସି ସମ୍ବଲପୁର ଓ ଏସିସି ଅନୁଗୁଳ ମଧ୍ୟରେ କଡା ମୁକାବିଲା ହୋଇଥିଲା । ତେବେ ଏଥିରେ ସମ୍ବଲପୁର ଅନୁଗୁଳକୁ ୬ ୱିକେଟ୍ ରେ ହରାଇ ହରାଇ ଚମ୍ପିୟାନ ଟ୍ରଫି ହାସଲ କରିଛି l
ମ୍ୟାଚ ଆରମ୍ଭରେ ଏସିସି ଅନୁଗୁଳ ନିର୍ଦ୍ଧାରିତ ୩୫ ଓଭର୍ ରୁ ୨୩.୧ ଓଭର୍ ରେ ସମସ୍ତ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଥିବା ବେଳେ ସମ୍ୱଲପୁର ମାତ୍ର ୧୩.୧ ଓଭର୍ ରେ ୪ ୱିକେଟ୍ ବିନିମୟରେ ୧୦୦ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲl l ଏହି ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଥିବା ଜେସିସି ସମ୍ବଲପୁରକୁ ଟ୍ରଫି ସହିତ ୩୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ରନର ଅପ୍ ଅନୁଗୁଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା l ପୁରସ୍କlର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଧ୍ରୁବ ଚରଣ ଘିବେଲା, ଆଇନଜୀବୀ ଓମ୍ ପ୍ରକାଶ ମିଶ୍ର ଓ ସମ୍ମାନିତ ଅତିଥି ଭାବେ DCC କାର୍ଯ୍ୟକାରୀ କମିଟି ସଦସ୍ୟ ଅଜିତ୍ ଦେହୁରୀ,ତୃପ୍ତି ରଞ୍ଜନ ଦାନୀ, ସତ୍ୟ ପ୍ରକାଶ ଦାନୀ ଓ ରିଲୁ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ l ସଭାପତି ଶ୍ରୀ ନିରଞ୍ଜନ ମେହେରଙ୍କ ଅଧ୍ୟକ୍ଷତାରେ ଏହି ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ଜିଲ୍ଲା କ୍ରିକେଟ୍ ଆସୋସିଏସନ ର ସମ୍ପାଦକ ଯୁଗଳ କିଶୋର ସାମଲଙ୍କ ଅଧ୍ୟକ୍ଷତା ରେ ଏହି ମ୍ୟାଚ୍ ଅନୁଷ୍ଟିତ ହୋଇଥିଲା l କାର୍ଯ୍ୟକ୍ରମରେ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଥିବା ଖେଳାଳିଙ୍କୁ ଅତିଥି ମାନଂକ ଦ୍ୱାରା ଅର୍ଥରାଶି ପ୍ରଦାନ କରାଯାଇଥିବା ବେଳେ ସମ୍ବଲପୁର ଦଳର ଅବିନାଶ ନନ୍ଦ, ଆୟୁଷ ନାଏକ, ACC ଅନୁଗୁଳ ର ଡଲଫିନ ଦାସ, ଫୁଲବାଣୀର ଦିଗବିଜୟ ପରିଡାଙ୍କୁ ଶ୍ରେଷ୍ଠ ଖେଳାଳି ଭlବେ ସମ୍ମାନିତ କରାଯାଇଥିଲା l
ଅଧିକ ପଢନ୍ତୁ: ଦୁର୍ବଳ ହେଲା ଘୁର୍ଣ୍ଣିବଳୟ:ବଢିବ ତାପମାତ୍ରା