ନୂଆଦିଲ୍ଲୀ ;୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଆସନ୍ତାକାଲି ଇଂଲଣ୍ଡ ଯାତ୍ରା କରିବ ଭାରତୀୟ ଦଳ । ଏହରି ଭିତରେ ଟେଷ୍ଟ ଦଳର କିଛି ସଦସ୍ୟ ଇଂଲଣ୍ଡରେ ପହଞ୍ଚି ସାରିଥିବା ବେଳେ ବାକି ଖେଳାଳି ଓ କୋଚ ଗୌତମ ଗମ୍ଭିର ଶୁକ୍ରବାର ଦିନ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ। ଏହା ପୂର୍ବରୁ ବିସିସିଆଇ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯିବ। ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ନୂଆ ଅଧିନାୟକ ଶୁଭମନ ଗିଲ୍ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ।ତେବେ ନୂଆ ଅଧିନାୟକ ଚୟ ହେବା ପରଠୁ ଶୁଭମନ ଗିଲ ଗଣମାଧ୍ୟମ ଆଗକୁ ଆସିନାହାଁନ୍ତି ।ତେବେ ୨୦ ତାରିଖରୁ ଲିଡ୍ସର ହେଡିଙ୍ଗଲେଠାରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଏହାପରେ ଜୁଲାଇ ୨ରୁ ୬ ତାରିଖ ମଧ୍ୟରେ ଏଜବାଷ୍ଟନରେ ଦ୍ଵିତୀୟ ଟେଷ୍ଟ, ଜୁଲାଇ ୧୦ରୁ ୧୪ତାରିଖ ମଧ୍ୟରେ ଓଲ୍ଡ ଟ୍ରାଫୋର୍ଡରେ ଚତୁର୍ଥ ଟେଷ୍ଟ ଓ ଜୁଲାଇ ୩୧ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ଓଭାଲରେ ପଞ୍ଚମ ଟେଷ୍ଟ ଅନୁଷ୍ଠିତ ହେବ। ତେବେ ଗିଲଙ୍କ ଅଧିନାୟକତ୍ବରେ ଭାରତ କେମିତି ପ୍ରଦର୍ଶନ କରିବ ତାହା ଉପରେ ରହିବ ଖେଳ ପ୍ରେମୀଙ୍କ ନଜର ।