ବିଶ୍ୱ ଜଳବାୟୁ ପରିବର୍ତ୍ତନ ଆଜି ମାନବ ସମାଜ ପାଇଁ ଚିନ୍ତାର କାରଣ ପାଲଟିଛି। ବିଭିନ୍ନ ସମୟରେ ଖରାଦିନରେ ବାତ୍ୟା ହେଉଛି ତ ବର୍ଷା ଦିନରେ ମରୁଡି ଭଳି ପରିସ୍ଥିତି ଦେଖାଦେଉଛି। ଯାହା ମାନବ ସମାଜ ପାଇଁ ଘାତକ ସାବ୍ୟସ୍ତ ହେଉଛି। ଏହିସବୁ କାରଣର ଏକମାତ୍ର ନିରାକରଣ ହେଉଛି ବୃକ୍ଷ ରୋପଣl ପ୍ରତ୍ୟେକ ମଣିଷ ନିଜେ ନିଜର ଉତ୍ତର ଦାୟାଦ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ କିଛି କିଛି ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଛି ପାରାଦୀପ ଗ୍ରୀନ ଟ୍ରଷ୍ଟ।
ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପାରାଦୀପ ଗ୍ରୀନ ଟ୍ରଷ୍ଟ ତରଫରୁ ବନ୍ଦର ନଗରୀ ପାରାଦୀପର ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ଶ୍ରମିକ ନେତା ରାକେଶ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ଯୋଗଦେଇ ପାରାଦୀପ ଭଳି ଶିଳ୍ପାଞ୍ଚଳରେ ବୃଦ୍ଧି ପାଉଥିବା ଧୂଳି, ଧୂଆଁରେ ଅତିଷ୍ଠ ହୋଇପଡୁଛନ୍ତି। ଯାହାଦ୍ୱାରା ଅନେକ ମାରାତ୍ମକ ଦୁରାରୋଗ୍ୟରେ ପୀଡିତ ହେଉଛନ୍ତି ବନ୍ଦରନଗରୀ ଓ ଏହାର ଆଖପାଖରେ ବସବାସ କରୁଥିବା ସାଧାରଣ ଜନତା। ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ସମସ୍ତେ ଏକହୋଇ ବୃକ୍ଷ ରୋପଣ କରିବା ସହିତ ବନ୍ଦର ନଗରୀରେ ସବୁଜ ବଳୟ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ।