ଭୁବନେଶ୍ୱର : ଜଳୁଛି ସହର, କଲବଲ ହେଉଛନ୍ତି ସହରବାସୀ। ଦିନକୁ ଦିନ ଅସହ୍ୟ ହେବାକୁ ଲାଗିଲାନି ତାତି। ପାରଦ ବଢିବା ଫଳରେ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ଆସନ୍ତା୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି ରହିବ। ଆଜି ସିଭିୟର ହିଟୱେଭ ପାଇଁ ୭ ଜିଲ୍ଲା ଝାରସୁଗୁଡ଼ା ,ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ସୋନପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ଆସନ୍ତାକାଲି ମଧ୍ୟ ପ୍ରବଳ ଗରମ ଅନୁଭୂତ ହେବ ତେଣୁ ୮ ଜିଲ୍ଲାକୁ ଅରେଞ୍ଜ ଓ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ୩ ଦିନରେ ଦିନ ତାପମାତ୍ରାରେ ୨ରୁ ୪ ଡିଗ୍ରି ସେଲସିୟସ ବୃଦ୍ଧି ସମ୍ଭାବନା ରହିଛି। ତେବେ ବଢୁଥିବା ତାପମାତ୍ରାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ରାସ୍ତା ଘାଟରେ ଜଳଛତ୍ର ସହିତ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଛି।