ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ବିଧାୟକ ତଥା ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ସମ୍ବଲପୁର ସହରର ଶତାଧିକ ଯୁବକ ବିଜେପିରେ ସାମିଲ ହୋଇଥିଲେ । ଏହି ଅବସରରେ ଦଳରେ ଯୋଗ ଦେଇଥିବା ନୂତନ କର୍ମୀ ମାନଙ୍କୁ ଦଳିୟ ଉତ୍ତରୀୟ ଦେଇ ସ୍ୱ।ଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ବେହେରାଙ୍କ ସହିତ ଅନେକ ବିଜେପି ବରିଷ୍ଠ ନେତା ଉପସ୍ଥିତ ଥିଲେ । ଆଗାମୀ ଦିନରେ ବହୁ ଯୁବକ ବିଜେପିରେ ସାମିଲ ହେବେ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।