ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ଆସନ୍ତାକାଲି ମତଦାନ ହେବ। ତେବେ ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ୩ ଦଳଙ୍କ ମଧ୍ୟରେ ବିଗ୍ ଫାଇଟ୍ ଦେଖିବାକୁ ମିଳିବ। ତେବେ କାଲିର ମତଦାନ ଲାଗି ରାଜ୍ୟରେ ମୋଟ୍ ୧୦ହଜାର ୫୫୧ ବୁଥ୍ କରାଯାଇଛି।
ସୂଚନା ଅନୁସାରେ, ଚଳିତ ନିର୍ଵାଚନ ଲାଗି ଜୋରଦାର ପ୍ରଚାର କରିଥିଲେ ତିନି ପ୍ରମୁଖ ଦଳ। ଏପରିକି ଉଭୟ ଦଳର ପ୍ରମୁଖ ନେତାମାନେ ଆସି ପ୍ରଚାର କରିଥିଲେ। ତେବେ ଆସନ୍ତାକାଲି ସମସ୍ତଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। କାରଣ ଆସନ୍ତାକାଲି ରାଜ୍ୟରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜ୍ୟରେ ମୋଟ୍ ୧୦ହଜାର ୫୫୧ ବୁଥ୍ କରାଯାଇଛି। ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ଏବଂ ୨ ହଜାର ମଡେଲ ବୁଥ୍ ରହିଛି। ୯୪ ଲକ୍ଷରୁ ଅଧିକ ଭୋଟରଙ୍କ ମଧ୍ୟରେ ୪୮ ଲକ୍ଷରୁ ଅଧିକ ପୁରୁଷ ଓ ୪୬ ଲକ୍ଷରୁ ଅଧିକ ମହିଳା ମତଦାତା ରହିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସର୍ବାଧିକ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ବା ସିଏପିଏଫ ମୁତୟନ ହେବେ।