ଓଡ଼ିଶାର ୨୪ଟି ଜିଲ୍ଲାକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଛୁଇଁଛି । ଯାହା ପ୍ରଭାବରେ ରାଜ୍ୟରେ ତାତିରୁ ଆଶ୍ବସ୍ତି ମିଳିଛି । ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ତାତିରେ ହନ୍ତସନ୍ତ ହେଉଥିଲେ ରାଜ୍ୟବାସୀ । କିନ୍ତୁ ମୌସୁମୀ ବାୟୁ ପ୍ରଭାବରେ ହେଉଥିବା ବର୍ଷାରେ ରାଜ୍ୟବାସୀଙ୍କୁ ଶାନ୍ତି ମିଳିଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ପୁରୀ, ନୟାଗଡ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଦେଓଗଡ ଜିଲ୍ଲାରେ ମୌସୁମୀ ବାୟୁ ଛୁଇଁଛି । ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ମୌସୁମୀ ବାୟୁ ସାରା ରାଜ୍ୟକୁ ଛୁଇଁବି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅନ୍ୟ ୬ଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ମୟୂରଭଞ୍ଜକୁ ବହୁ ଶୀଘ୍ର ମୌସୁମୀ ବାୟୁ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।